ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

0 228

ବାରଙ୍ଗ:୧୧/୭(ଏସଏସଏନ୍) ଶନିବାର ସକାଳେ ମଦନପୁର ପଞ୍ଚାୟତ ର ଅରୁନ୍ଧତୀ ବିର୍ଲା ନିକଟସ୍ଥ ଏକ ଗଛରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଯାଆଁଳା ଫାଣ୍ଡି ପୋଲିସ।ଘଟଣାରୁ ପ୍ରକାଶ ଯେ ଶନିବାର ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ହେବା ପାଇଁ ଯିବା ସମୟରେ ଜଣେ ଯୁବକ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଫାଣ୍ଡି କୁ ଖବର ଦେଇଥିଲେ।ମୃତ ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ କାଇମାଟିଆ ଗ୍ରାମର କ୍ଷେତ୍ରବାସୀ ପ୍ରହରାଜ ଙ୍କ ପୁତ୍ର ଟିକନ ପ୍ରହରାଜ।ସ୍ଥାନୀୟ ଲୋକ ଏ ବିଷୟରେ ମୃତକଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଖବର ଦେଇଥିଲେ।ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।ପରିବାର ଲୋକ ଏ ସଂକ୍ରାନ୍ତରେ ହତ୍ୟା ଅଭିଯୋଗ ଆଣିଛନ୍ତି।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୋବାଇଲ ଟ୍ରେସ କରି ତଦନ୍ତ କରୁଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.