ଦାଢାପାଟଣାର ପ୍ରବେଶପଥ ସିଲ ହେଲା

0 276

ବାରଙ୍ଗ,୧୧/୭(ଏସଏସନିୟୁଜ)କରୋନା ଧିରେଧିରେ ଗ୍ରାମାଂଚଳ ଆଡକୁ ଅଗ୍ରସର ହେଉଛି ।ଯାହା ଏବେ ଗ୍ରାମାଂଚଳ ପାଇଁ ବିପଦ ସୃଷ୍ଟିକରିବାକୁ ଯାଉଛି ।ପ୍ରଥମକରି ବାରଙ୍ଗର ଦାଢାପାଠଣା ଗ୍ରାମରେ ଚିହ୍ନଟ ହୋଇଥିବା ପ୍ରଥମକରୋନା ରୋଗୀ ଶନିବାର ସକାଳେ ମୃତ୍ୟୁବରଣ କରିବା ଘଟଣା ଆଖପାଖ ଗ୍ରାବାସୀମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।ସ୍ଥାନୀୟ ସରପଂଚ ଦାଢାପାଟଣା ଗ୍ରାମକୁ ୭ଦିନ ପାଇଁ ସଟ ଡାଉନ ଘୋଷଣା କରିବା ସହ ଗ୍ରାମର ପ୍ରବେଶ ପଥରେ ବାଉଁଶ ବାଡ ଦିଆଯାଇ ଯାତାୟତ ପାଇଁ ବାରଣ କରାଯାଇଛି । ବାରଙ୍ଗ ବ୍ଲକ୍ ଦାଢ଼ାପାଟଣା ପଞ୍ଚାୟତରେ ୫ ନମ୍ବର୍ ୱାର୍ଡରେ ପ୍ରଥମ କୋରୋନା ପୋଜିଟିଭ୍ ରୋଗୀ ଚିହ୍ନଟ ହୋଇଛି।ସେ ଜଣେ ୨୮ବର୍ଷର ଯୁବକ ଏବଂ ଗାଡ଼ି ଡ୍ରାଇଭର ଅଟନ୍ତି।ସେ ନିକଟ ଅତୀତରେ ଗଞ୍ଜାମ ରୁ ଫେରିଥିଲେ।ପରବର୍ତ୍ତୀ ମୁହୂର୍ତ୍ତରେ ସେ ଥଣ୍ଡା,କାଶ,ବାନ୍ତି,ଭୀଷଣ ଜ୍ଵର ଆଦିରେ ପୀଡ଼ିତ ହୋଇଥିଲେ।ଜ୍ଵର ନ କମିବାରୁ ଗ୍ରାମର କିଛି ଯୁବକଙ୍କ ସହଯୋଗ ରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍‌ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠା ଯାଇଥିବା ବେଳେ ଶୁକ୍ରବାରରାତିରେ ତାହା ପୋଜିଟିଭ୍ ଜଣାପଡିଥିଲା । ଏହି ଖବର ଜଣାପଡିବାପରେ ଦାଢାପାଟଣା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିନ୍ତୁ ଶନିବାର ସକାଳେ ଚିକିସ୍‌ଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବାର ଖବର ଜଣାପଡିବାପରେ ଆଖପାଖ ଗ୍ରାମର ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ଏହି ଯୁବକଙ୍କ ସଂସ୍ପର୍ଷରେ ଆସିଥିବା ୧୬ ଜଣଙ୍କୁ ସଂଗରୋଧ ରହିବାକୁ ପଂଚାୟତ ପକ୍ଷରୁ କୁହାଯାଇଥିବାବେଳେ ସ୍ଥାନୀୟ ସରପଞ୍ଚ ଦାଢ଼ାପାଟଣା ଗ୍ରାମକୁ ୩ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରି ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ମାର୍ଗ କୁ ସିଲ୍ କରିଛନ୍ତି ।(ବାରଙ୍ଗରୁ -ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.