ଆଜି ସକାଳର ଖବର ସଂକ୍ଷେପରେ

0 297

ଆଜି ସକାଳର ଖବର ସଂକ୍ଷେପରେ -ତାରିଖ ୧୧/୦୭/୨୦,ଶନିବାର
୧-ପ୍ରକାଶ ପାଇଲା ଚଳିତ ବର୍ଷର ICSE ଦଶମ ଓ ISC ଦ୍ୱାଦଶ ଓଉଝଋ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍ ହାର ୯୯.୩୩ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ପାସ୍‌ହାର ୯୬. ୮୪ ପ୍ରତିଶତ ରହିଛି।
୨-ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୨୨ ଜଣ ସାହିତ୍ୟିକ ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ।
୩-ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ପରେ ସୋସିଆଲ ନେଟୱାର୍କିଂ ସାଇଟ୍ ହ୍ୱାଟସ୍ ଆପ ଓ ଟେଲିଗ୍ରାମରେ ଏବେ ସମନ୍ ଓ ଲିଗାଲ ନୋଟିସ୍ ମିଳିବ।
୫-କାନପୁରରେ ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ।
୬-ଶୁକ୍ରବାର ରେକର୍ଡ ସଂଖ୍ୟକ ୭୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬।ରାଜ୍ୟରେ ସୁସ୍ଥହେଲେ ୫୬୫ କରୋନା ଆକ୍ରାନ୍ତ।ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ହୋଇଛନ୍ତି ୭୯୭୨ ଜଣ।
୭-ଗତକାଲିରାଜ୍ୟରେ ରେକର୍ଡ ୫୬୫ ଜଣ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକଟ କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି ।
୮-ଦୂରଦର୍ଶନକୁ ଛାଡ଼ି ଭାରତର ବାକି ସବୁ ଘରୋଇ ଟିଭି ନିଉଜ୍ ଚାନେଲ ପ୍ରସାରଣ ବନ୍ଦ କଲା ନେପାଳ ।
୯-ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ସମାପନ ସମାରୋହ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ।
୧୦-ଦେଶ ପାଇଁ ଏସିଆର ବୃହତମ ସୌର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଛନ୍ତି- ଇତିହାସ ସୃଷ୍ଟି କରିଛି ରେୱା ।
୧୧-ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ ପ୍ରତ୍ୟାହୃତ ହୋଇଛି।

Leave A Reply

Your email address will not be published.