କଟକ,୧।୧୦(ଏସଏସନିଉଜ)ବୁଧବାର ଦିହିପହରରେ ବର୍ଷା ଓ ପବନ ଯୋଗୁ କଟକରେ କେତେକମଣ୍ଡପ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଜି ଥିଲା କଟକ ଗ୍ରସ୍ତ।ସେ ବିଭିନ୍ନ ପୂଜାମଣ୍ଡପକୁ ଯିବାର କାର୍ଯ୍ୟକ୍ରମ ରହିଥିଲା।ମୁଖ୍ୟମନ୍ତ୍ରୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିବା ପୂର୍ବରୁ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ଆଗକୁ ଯଦି ଏହିଭଳି ବର୍ଷା ହେବ ତେବେ କଟକରେ ଦଶହରା ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି।
