କଟକ, ୩୦।୯(ଏସଏସନିଉଜ) ତ୍ରିଶୂଳିଆ ବଜାର ଉପରେ ଜଣେ ବାଇକ ଚାଳକ ଉନ୍ମୁକ୍ତକାଣ୍ଡ ଘଟାଇଛି।ଏହି ଘଟଣାରେ ସ୍ଥାନୀୟଲୋକ ଜଣଙ୍କୁ ଧରି ପୋଲିସକୁ ଦେଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି।
ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ସଂନ୍ଧ୍ୟା ୬ଟା ସମୟରେ ଓଡି ୦୫ବିଜେ ୮୪୮୮ ନମ୍ୱର କାରଟି ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲା।
କାରଟି ତ୍ରିଶୂଳିଆ ବଜାର ଟ୍ରାଫିକ ଛକରେ ପହଞ୍ଚିଥିବାବେଳେ ପଛରୁ ଏକ ବାଇକ୍ ରେ ବସିଥିବା ଦୁଇଜଣ ଯୁବକ ଆସି କାରକୁ ଅଟକାଇ ଥିଲେ।ଏହାପରେ କାର ଚାଲକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡମାରି ଥିଲେ। ଏହାଦେଖି ସ୍ଥାନୀୟ ଲୋକମାନେ ବାଇକରେ ଥିବା ଦୁଇଜଣଙ୍କୁ କାବୁ କରୁଥିବାବେଳେ ସେଥିମଧ୍ୟରୁ ଜଣେ ଯୁବକ କୌଶଳ କ୍ରମେ ବାଇକ୍ ନେଇ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ଧରିଥିବା ଯୁବକକୁ ନିକଟରେ ଥିବା ଅସ୍ଥାୟୀ ଚେକ୍ ପୋଷ୍ଟ ପୁଲିସର ଜିମା ଦେଇଥିଲେ। ପରେ ଖବରପାଇ ବାରଙ୍ଗଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି।
(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
Next Post
