ଭୁବନେଶ୍ଵର,୧୦।୧୦(ଏସଏସନିଉଜ)ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏନ୍. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ।ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମ ଏମ୍ଡି ।ସୁରେନ୍ଦ୍ର କୁମାର ମୀନା ହେଲେ ST/SC ବିକାଶ ବିଭାଗର ଅତିରିକ୍ତ ସଚିବ।ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ।ବିଏମ୍ସି କମିଶନର ଚଞ୍ଚଲ ରାଣାଙ୍କୁ ଅତିରିକ୍ତ ଦାୟିତ୍ବ ଭାବେବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡି ।ଗିରିଶ ଏସ୍.ଏନ୍ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ।ପ୍ରେମଜିତ୍ ନାୟକ ହେଲେ ST ବିଭାଗର ନିର୍ଦ୍ଦେଶକ ।ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ।ପ୍ରଣତି ଛୋଟରାୟ ହେଲେ ଗୃହ ବିଭାଗର ଅତିରିକ୍ତ ସଚିବ।ନିବେଦିତା ପୃଷ୍ଟି ବୟନିକାର ଏମ୍ଡି ।
ମଧୁସ୍ମିତା ସାମଲ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ। ସଞ୍ଜୟ ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ।ବରିଷ୍ଠ OAS କାହ୍ନୁଚରଣ ଧୀର ହେଲେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଦିଆଯାଇଛି।
