ବାଇକ୍ ସହ ତେଲ ଟ୍ୟାଙ୍କର ଧକ୍କା, ବାଇକ୍ ଚାଲକ ମୃତ

ଗଞ୍ଜାମ, ୧୩।୧୦(ଏସଏସନିଉଜ) ସୋମବାର ସକାଳେ ଭଞ୍ଜନଗର ଉପଖଣ୍ଡ ତାରା ସିଂ ଥାନା ଗାଲେରୀ ନିକଟ ରଙ୍ଗା ମେରୁ ବ୍ରିଜ୍ ନିକଟରେ ତେଲ ବୋଝେଇ ଟ୍ୟାଙ୍କର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଯୁବକ ହେଉଛନ୍ତି ସୋରିଷମୂଳି ଗ୍ରାମର ରାଜେଶ ନାୟକ (୨୦)।ରାଜେଶ ସୋମବାର ସକାଳୁ ଏଟିଏମ୍‌ରୁ ଟଙ୍କା ଉଠାଇ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ମେଗା ଜଳପ୍ରକଳ୍ପ ଢୋଲପିଟା ବ୍ରିଜ୍ ତଳେ ଏକ ତେଲ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ଟ୍ୟାଙ୍କର ଡ୍ରାଇଭରକୁ ଲୋକମାନେ କାବୁ କରି ପୁଲିସ ଜିମା ଦେଇଥିଲେ।

- Advertisement -

Leave A Reply

Your email address will not be published.