ରାଜଧାନୀରେ ଚାଞ୍ଚଲ୍ୟ!

ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର,୧୮।୧୦(ଏସଏସନିଉଜ) ଏକ ଲୋମହର୍ଷଣକାରୀ ଘଟଣା ରାଜଧାନୀରେ ଘଟିଛି।ବିହାର ଅଞ୍ଚଳରଜଣେ ନାବାଳିକାକୁ କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଗଣବଳାତ୍କାର କରାଯାଇଛି।ଜଣେ ୧୭ ବର୍ଷର ନାବାଳିକା ଅଶୋକନଗର ଅଞ୍ଚଳ ରାସ୍ତାକଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିବା ବେଳେଗତକାଲି ବିଳମ୍ବିତ ରାତିରେ ଉଧାର ହୋଇଛି।କିଛି ଅଟୋଚାଳକ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିବା ବେଳେ ପିନ୍ଧିଥିବା ପୋଷାକ ଚିରା ହୋଇଥିବାର ଦେଖି ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ନାବାଳିକା ଜଣଙ୍କ ଠିକ୍ ଭାବେ କହିପାରୁନଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

- Advertisement -

Leave A Reply

Your email address will not be published.