ଅକ୍ଟୋବର ମାସ ୧୮ ତାରିଖ ୨୦୨୫ ମସିହା (ଶନିବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଦ୍ଵାଦଶୀ ଦିବା ଘ୧୨/୧୧ ଗତେ ତ୍ରୟୋଦଶୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ୦୪/୧୮ ଗତେ ଉତ୍ତରରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୪୫,ଯୋଗିନୀ ନୈରୁତକୋଣେ ଦିବା ଘ୧୧/୧୧ ଗତେ ଦକ୍ଷିଣେ,ବୃଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ଵାଦଶୀର ଏକୋଦିଷ୍ଟ ଓ ତ୍ରୟୋଦଶୀ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ ୦୫/୧୩ମଧ୍ୟେ ଓ ଦିବା ଘ୦୩/୪୫ଗତେ ଘ ୦୫/୨୦ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ ଗତେ ଘ ୦୩/୦୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୦ଗତେ ଘ୦୯/୩୫ ମଧ୍ୟେ ଓ ଘ୧୨/୦ ୮ଗତେ ଘ୦୧/୧୯ ମଧ୍ୟେ ରାତ୍ରି ଘ୧୨/୩୨ ଗତେ ଘ୦୨/୦୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୨/୦୮ଗତେ ଘ୦୨/୫୫ ମଧ୍ୟେ,ଅଦ୍ୟ ପୋଈ ଦିବା ଘ୧୧/୧୧ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ।ଧର୍ମକାର୍ଯ୍ୟରେ ରୁଚି ବଢ଼ିବ ।ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ।କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ।ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ।ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ ।
ମିଥୁନ👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ ।ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ। ବ୍ୟାପାର ମଧ୍ୟମ ରହିବ। ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ।ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ।ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ।ବ୍ୟାପାରରେ ନୂତନନିବେଶ ଶୁଭରହିବ ।
ସିଂହ👉ଆଜି ବ୍ୟୟବୃଦ୍ଧି ହେବ।ଚକ୍ଷୁ ପୀଡା ଦେଖାଦେବ, ନିଜ ସମ୍ପର୍କୀୟ ମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ।କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ।ବ୍ୟାପାରରେ କ୍ଷତି ସହିପାରନ୍ତି।ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ।
କନ୍ୟା👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ।ଶୁଭ ସମାଚାର ମିଳିପାରେ।କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ। ବ୍ୟାପାର ଲାଭଦାୟୀ ରହିବ।ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ।
ତୁଳା👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁନାହିଁ।କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି।ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ।
ବିଛା👉ଆଜି ଉପହାର ମିଳିପାରେ।କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ।କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ।କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ।ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ। ପରିବାରରେ ସୁଖରେ ସମୟ କାଟିବେ।
ଧନୁ👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି।ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ।କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ।ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି। ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ।
ମକର 👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ।ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
କୁମ୍ଭ👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |
ମୀନ👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

🪔 ଧନତେରସ ଓ ଯମ ଦୀପଦାନର ମହତ୍ତ୍ୱ 🪔
ଧନତେରସ ଦିନ ଯମ ଦୀପଦାନ କରିବାର ମହତ୍ତ୍ୱ ହେଉଛି ଏହିଦିନ ଯମଙ୍କୁ ପୂଜା କରାଯାଇଥାଏ।ଏହି ଦୀପ ମଣିଷ ଜୀବନର ଅକାଳମୃତ୍ୟୁର ଭୟକୁ ଦୂରକରେ ଏବଂ ପରିବାରର ସ୍ୱାସ୍ଥ୍ୟ ଓ ଆୟୁ ଶୁଭ କରେ।ଏହି ଦୀପ ମଧ୍ୟରେ କ’ଣ ରଖିବା ଉଚିତ୍ ?
ଜ୍ୟୋତିଷ ଓ ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯମ ଦୀପଦାନକୁ କେବେ ମଧ୍ୟ ଖାଲିରଖି ଜଳାଇବା ଉଚିତ୍ ନୁହେଁ। ଏହାର ଭିତରେ-ଗୋଟେ ସୁପାରି (ଗୁଆ), ଗୋଟେ ହଳଦିଆକଉଡ଼ି, ଏବଂ ଗୋଟେ (ପଇସା) ରଖାଯାଏ। ଏହି ତିନିଟି ଜିନିଷ ସମୃଦ୍ଧି,ଆୟୁ ଓ ଶୁଭଫଳର ପ୍ରତୀକ ବୋଲି ମନାଯାଇଥାଏ।ଏହି ଦୀପ ଜଳାଇବାର ସଠିକ ସମୟ ଓ ଦିଗ:-ଏହିବର୍ଷ ୧୮ ଅକ୍ଟୋବର ଦିନ ସନ୍ଧ୍ୟା ୫ଟା ୪୮ ମିନିଟ୍ରୁ ୭ଟା ୪ ମିନିଟ୍ ପର୍ଯ୍ୟନ୍ତ ଯମ ଦୀପଦାନ ପାଇଁ ସବୁଠୁ ଶୁଭ ସମୟ ମନାଯାଇଛି। ଏହି ଦୀପକୁ ଘରର ମୁଖ୍ୟ ଦ୍ୱାରରେ, ଦକ୍ଷିଣ ଦିଗକୁ ମୁହଁ କରି ରଖିବା ଉଚିତ୍।ଏହି ଦୀପ ଚାରିମୁଖ ହେଉଥିବା ଉଚିତ୍ – ଆପଣ ଚାହିଲେ ଚାରିଟି ଦୀପ ଜଳାଇପାରିବେ କିମ୍ବା ଗୋଟିଏ ଦୀପରେ ଚାରିଟି ସଳିତା ରଖି ଜଳାଇପାରିବେ। ଦିପରେ ସୋରିଷ ତେଲ ବ୍ୟବହାରକରିବା ସବୁଠୁ ଶୁଭ ମନାଯାଏ।ଯମ ଦୀପଦାନ କାହିଁକି କରାଯାଏ ?
ଏହି ଦୀପଦାନ ମାନବ ଜୀବନରୁ ଅକାଳ ମୃତ୍ୟୁକୁ ଦୂର କରେ।ତାସହିତ ଯମରାଜଙ୍କ ନିକଟରେ ଘରେ ସମସ୍ତଙ୍କ ଦୀର୍ଘାୟୁ ଓ ଭଲସ୍ୱାସ୍ଥ୍ୟପାଇଁ ପ୍ରାର୍ଥନାକରାଯାଏ।ଏହି ଦୀପ ଜଳାଇଲେ ଅଶୁଭଦୃଷ୍ଟି ଓ ଅଶୁଭଶକ୍ତି ଘରପାଖ ମାଡ଼ିବେ ନାହିଁ।
ଚାରିମୁଖର ପ୍ରତ୍ୟେକ ନିଜନିଜ ଅର୍ଥ ରହିଛି-ଗୋଟିଏ ଯମରାଜ ପାଇଁ, ଦ୍ୱିତୀୟ ଚିତ୍ରଗୁପ୍ତ ପାଇଁ, ଓ ଅନ୍ୟ ଦୁଇଟି ଯମଦୂତ ପାଇଁ ହୁଏ।ଏହି ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ :-ଓଁ ଯମାୟ ନମଃ କିମ୍ବା ଓଁ ନମଃ ଧର୍ମରାଜାୟ…ଏହି ମନ୍ତ୍ର ଉଚ୍ଚାରଣ ସହିତ ନିଜ ଓ ପରିବାରର ମଙ୍ଗଳ, ସୁସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁ ପାଇଁ ପ୍ରାର୍ଥନା କରାଯାଏ।ଏହି ପର୍ବରେ ଯମଦୀପ ଜଳାଇ ଘର ପରିବାର ର ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥାଏ।।ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା।।🪔🪔🪔🪔🪔🪔

