ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ସ୍ବାଗତୋତ୍ସବ

ଚନ୍ଦ୍ରଶେଖରପୁର,୧୭।୧୦(ଏସଏସନିଉଜ) ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ଦୁଇଦିନ ଧରି ଅନୁଷ୍ଟିତ ନୂତନ ବିଦ୍ୟାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ଉତ୍ସବ ବା ଇଣ୍ଡକସନ୍ ସଭା ଶୁକ୍ରବାର ଉଦଯାପିତ ହୋଇଯାଇଛି।ପ୍ରଥମଦିନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କଳାବିଭାଗର ସ୍ନାତକ ଓ ସ୍ନାତକତ୍ତୋର ଛାତ୍ରଛାତ୍ରୀମାନଙ୍କର ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ ଅମିତ୍ କୁମାର ନାୟକ ଯୋଗଦେଇ ପ୍ରେରଣାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ। କଳା ବିଭାଗର ନଅଜଣ ବିଭାଗୀୟ ମୁଖ୍ୟମାନେ ସେମାନଙ୍କର ନୂତନ ବିଦ୍ୟାର୍ଥୀ ପରିଚୟ ପ୍ରଦାନ କରିଥିଲେ।ଦ୍ଵିତୀୟଦିନ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ କେପ୍ ଜେମିନି ଆଇଟି କମ୍ପାନୀର ଅଧିକାରୀ ଇଂ ପ୍ରତାୟ ପ୍ରିୟାଙ୍କର ମିଶ୍ର ଓ ମୁଖ୍ୟବକ୍ତା ଭାବେ ଶୈଖିକ ପରାମର୍ଶଦାତା ଡଃ. ଗିରିଶ ପ୍ରସାଦ ସ୍ୱାଇଁ ଯୋଗଦେଇ ପିଲାମାନଙ୍କୁ ମାର୍ଗଦର୍ଶକ କରିଥିଲେ। ବିଜ୍ଞାନ ସ୍ରୋତର ଛଅଟି ସ୍ନାତକ ବିଭାଗ ଓ ପ୍ରାଣୀବିଜ୍ଞାନ ବିଭାଗର ସ୍ନାତକତ୍ତୋର ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ବିଭାଗୀୟ ମୁଖ୍ୟମାନେ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ପ୍ରଶାନ୍ତ କୁମାର ରାଉତ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା,କୃତି ଓ ପ୍ରଗତୀକୁ ବିଶ୍ଲେଷଣାତ୍ମକ ଭାବେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରବୀଣ କୁମାର ସାହୁ, ଅଧ୍ୟାପିକା ଗୀତାଞ୍ଜଳି ବେହେରା, ଅଧ୍ୟାପିକା ମାଳବିକା ବ୍ରହ୍ମା, ଗାର୍ଗୀ ବାନାର୍ଜୀ, ଡଃ. ସ୍ଵାତୀ ପଟ୍ଟନାୟକ, ଅଭିପ୍ସା ପଣ୍ଡା, ସୁନୀଲ କୁମାର ସେଠୀ ପରିଚାଳନା କରିଥିଲେ।

- Advertisement -

Leave A Reply

Your email address will not be published.