୨ଘଣ୍ଟା ବାଣଫୁଟା ପାଇଁ ଅନୁମତି

ଭୁବନେଶ୍ୱର,୨୦।୧୦(ଏସଏସନିଉଜ)ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି।ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ ବୋଲିକମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଉଚ୍ଚଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ପୋଲିସ।ଏହାସହ ମଦପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ରହିବା ସହ ଗାଡ଼ି ଜବତ ହେବ।ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।ବେଆଇନ୍ ବାଣ ବିକ୍ରି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ ଓ ମନ୍ଦିର ପାଖରେ ବାଣ ଫୁଟାକୁ ବାରଣ କରାଯାଇଛି।ଖୋଲା ଜାଗାରେ ସବୁଜ ବାଣ ଫୁଟାଇବା ପାଇଁ ବିଶେଷ ଅନୁରୋଧ କରାଯାଇଛି।ଚାଳଘର, ଦୋକାନ, ରାସ୍ତା ଓ ଯାତାୟାତ ସ୍ଥାନରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ରହିଛି।୧୦ରୁ କମ୍ ବୟସର ପିଲା ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇପାରିବେ ନାହିଁ।ସବୁ ସ୍ଥାନ ଉପରେ ପୋଲିସର କଡ଼ା ନଜର ରହିବା ସହ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା।କାଳୀପୂଜା ଥିବାରୁ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ ରହିଛି।

- Advertisement -

Leave A Reply

Your email address will not be published.