ଆଜିର ରାଶିଫଳ

ଅକ୍ଟୋବରମାସ ୨୧ତାରିଖ ୨୦୨୫ମସିହା (ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଅମାବାସ୍ୟା ସନ୍ଧ୍ୟା ଘ୦୫/୩୦ ଗତେ ପ୍ରତିପଦ,ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୧/୨୨ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୪୫,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୩୦ ଗତେ ପୂର୍ବେ,କର୍କଟରାଶିର ଘାତବାର, ଅମାବାସ୍ୟାର ସାମ୍ବତ୍ସାରିକଶ୍ରାଦ୍ଧ ମହାଳୟା ବିଧି ରେ ହେବ,କାଳବେଳା -ଦିବା ଘ୧୨/୫୫ ଗତେ ଘ ୦୨/୨୫ ମଧ୍ୟେ,ବାରବେଳା- ଦିବା ଘ୦୭/୧୪ ଗତେ ଘ ୦୮/୪୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୪ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧/୨୨ ମଧ୍ୟେ ଓ ରାତ୍ରି ଘ୦୭/୪୧ ଗତେ ଘ୦୮/୩୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୫/୩୮ଗତେ ଘ୦୭/୪୦ ମଧ୍ୟେ,ଅଦ୍ୟ ଆମିଷ ସନ୍ଧ୍ୟା ଘ୦୫/୩୦ ଗତେ ପାଣି କାଖରୁ ଭକ୍ଷଣ ନିଷେଧ।
ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।
ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।
ମିଥୁନ:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।
କର୍କଟ:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।
ସିଂହ:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।
କନ୍ୟା:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।
ତୁଳା:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ଧନୁ:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
ମକର:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
କୁମ୍ଭ:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।
ମୀନ:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.