ପମ୍ପହାଉସରୁ ଲାଇନତାର କାଟି ନେଲେ ଦୁର୍ବୃତ୍ତ

୩ଗ୍ରାମକୁ ଜଳଯୋଗାଣ ବନ୍ଦ

ଭୁବନେଶ୍ଵର,୨୫।୧୦(ଏସଏସନିଉଜ) ନନ୍ଦନକାନନଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମରେଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ଲପ୍ରକଳ୍ପକୁ ସଂଯୋଗ କରିଥିବା ପ୍ରାୟ ୧୦୦ ମିଟରରୁ ଉର୍ଦ୍ଧ ବିଦ୍ୟୁତ୍ ତାରକୁ କାଟି ନେଇଛନ୍ତି ଦୁର୍ବୃତ୍ତ। ସବୁଦିନଭଳି ଏହାର ଦାୟିତ୍ଵରେ ଥିବା କର୍ମଚାରୀ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ କାର୍ଯ୍ୟସାରି ଘରକୁ ଫେରିଥିଲେ। ଶୁକ୍ରବାର ବିଳମ୍ବିତରାତିରେ କେହି ଦୁର୍ବୃତ୍ତ ପମ୍ପହାଉସ ପରିସରକୁ ପସି ପ୍ରାୟ ୧୦୦ ମିଟର ବିଦ୍ୟୁତ୍ ତାର କାଟି ନେଇଥିବାର ଶନିବାରସକାଳେ ଜଣାପଡିଛି।ଦାୟିତ୍ଵରେ ଥିବା କର୍ମଚାରୀ ଶନିବାର ସକାଳୁ ପମ୍ପହାଉସକୁ ପାଣି ଚଳାଇବା ପାଇଁ ଯାଇଥିବା ବେଳେ ଏହା ଜାଣିବାକୁ ପାଇଛନ୍ତି।ଯାହାଫଳରେ ଆଜି ସକାଳୁ କେନ୍ଦୁପାଟଣା, ବାଲିପଡ଼ା, ଦାଢ଼ା ଆଦି ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି। ଯାହାଫଳରେ ଆଜି ସକାଳୁ ଏହିସବୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତଖୁଣ୍ଟରୁ ପାଣିମୋଟର ପର୍ଯ୍ୟନ୍ତ ଲାଗିଥିବା ତାରକୁ ଦୁର୍ବୃତ୍ତମାନେ କାଟି ନେଇଥିବାରୁ ଜଳ ଯୋଗାଣରେ ବାଧକ ସାଜିଛି।ଶନିବାର ସକାଳେ ଦାଢ଼ା ପଞ୍ଚାୟତର କାର୍ଯ୍ୟ ନର୍ବାହୀ ଅଧିକାରୀ ଏ ସଂକ୍ରାନ୍ତରେ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.