ଚପଲ କିଣିବା ବାହାନାରେ ଟଙ୍କା ଚୋରି

ମଦ ପିଉଥିବାବେଳେ ଧରିଲେ ଲୋକ

କଟକ,୨୫।୧୦(ଏସଏସନିଉଜ)ଚପଲ କିଣିବା ବାହାନାରେ ଦୋକାନ ମାଲିକର ଅସାବଧାନତା ସୁଯୋଗରେ କ୍ୟାସ ବାକ୍ସରୁ ୭ହଜାରେ ଟଙ୍କା ଚୋରି କରି ନେଇଯାଇ ଥିଲେ ଦୁଇ ଯୁବକ। ଚୋରିର ଘଟଣା ସିସି ଟିଭିରେ ଦେଖିବା ପରେ ଚୋରି କରିଥିବା ଦୁଇଜଣ ଯୁବକକୁ ସ୍ଥାନୀୟ ଲୋକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।ଏହିଭଳି ଘଟଣା ଶନିବାର ରାତିରେ ବାରଙ୍ଗ ଥାନା ଅଧୀନସ୍ଥ ତ୍ରିଶୂଳିଆ ଛକରେ ଘଟିଛି।
ପ୍ରକାଶଯେ, ତ୍ରିଶୂଳିଆ ଛକ ପାଖରେ ଥିବା ମମତା ଫୁଟ ଓଏଆର ନାମକ ଚପଲ ଦୋକାନକୁ ଶନିବାର ସନ୍ଧ୍ୟାରେ ନୟାଗଡ ଅଞ୍ଚଳର ଦୁଇଜଣ ଯୁବକ ଚପଲ କିଣିବାକୁ ଆସିଥିଲେ।ଦୋକାନ ମାଲିକ ଧନେଶ୍ଵର ସାସମଲ୍ ସେମାନଙ୍କୁ ଚପଲ ଦେଖାଇଥିଲେ।ଏହି ସୁଯୋଗରେ ଜଣେ ଯୁବକ କ୍ୟାସରୁ ୭ହଜାରେ ଟଙ୍କା କୌଶଳ କ୍ରମେ ନେଇଯାଇଥିଲେ।ଅନ୍ୟଜଣେ ୨୪୦ ଟଙ୍କା ଦେଇ ହଲେ ଚପଲ କିଣି ଦୋକାନରୁ ଫେରିଥିଲେ।କିଛି ସମୟପରେ ଧନେଶ୍ଵର କ୍ୟାସ ବାକ୍ସରେ ରଖିଥିବା ୭ହଜାରେ ଟଙ୍କା ନପାଇବାରୁ ଦୋକାନରେ ଲାଗିଥିବା ସିସି ଫୁଟେଜ ଯାଞ୍ଚ କରିଥିଲେ।କ୍ୟାସ ବାକ୍ସରୁ ଚପଲ କିଣିବାକୁ ଆସିଥିବା ୨ଯୁବକ ମଧ୍ୟରୁ ଜଣେ ଟଙ୍କା ଚୋରି କରିଥିବାର ଜଣାପଡିଥିଲା।ପରେ ସ୍ଥାନୀୟ ଯୁବକ ମାନେ ଏକାଠି ହୋଇ ଯୁବକ ଦୁଇଜଣଙ୍କୁ ଖୋଜାଖୋଜି କରିବା ପରେ ତ୍ରିଶୁଲିଆ ଛକ ପାଖରେ ଥିବା ଏକ ମଦଦୋକାନରେ ବସିଥିବାର ଦେଖିବାକୁ ପାଇଥିଲେ।ସେଠାରୁ ଯୁବକ ଦୁଇଜଣଙ୍କୁ ଧରି ସ୍ଥାନୀୟ ଯୁବକମାନେ ବାରଙ୍ଗ ପୋଲିସକୁ ଡାକି ହସ୍ତାନ୍ତର କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.