ମାଟିତଳୁ ବାହାରୁଛି ରାମୁହାତୀର କଙ୍କାଳ

ଭୁବନେଶ୍ୱର,୧୩।୧୨(ଏସଏସନିଉଜ)ଚାଲିଛି ରାମୁ ହାତୀର କଙ୍କାଳ ଉଦ୍ଧାର ପ୍ରକ୍ରିୟା। ଭରତପୁର ଜଙ୍ଗଲ ମଧ୍ୟରେ ପୋତା ଯାଇଥିବା ରାମୁହାତୀର କଙ୍କାଳକୁ ଏକ ବର୍ଷ ପରେ ଉଦ୍ଧାର କରାଯାଉଛି। ଉଦ୍ଧାର ପରେ ରାମୁର କଙ୍କାଳକୁ ଗୋଡ଼ିବାରି ପ୍ରକୃତିଉଦ୍ୟାନ ମଧ୍ୟରେ ସଂରକ୍ଷଣ ରଖାଯିବ।ଯେଉଁଠି ପର୍ଯ୍ୟଟକ ରାମୁର କଙ୍କାଳକୁ ପ୍ରତ୍ୟକ୍ଷ ଦେଖିବା ସହ ତାର ଇତିହାସ ବିଷୟରେ ଜାଣିପାରିବେ।ଏକ ୨୫ଜଣିଆ ବିଶେଷଜ୍ଞଦଳଙ୍କ ଉପସ୍ଥିତରେ ଏହି ଖନନ କାମ ଆରମ୍ଭ ହୋଇଛି।ଚନ୍ଦକା ଡମପଡାଅଭୟାରଣ୍ୟ ର ସବୁଠୁ ବୟସ୍କ ଏବଂ ବଡ଼ ଅଣ୍ଡିରା ହାତୀରାମୁ ୪୦ବର୍ଷ ବୟସରେ ୨୦୨୪ ଅଗଷ୍ଟ ୧୯ତାରିଖରେ ବିଦ୍ୟୁତ୍ ଆଘାତ ରେ ଭରତପୁର ଜଙ୍ଗଲରେ ରାମୁର ମୃତ୍ୟୁ ଘଟିଥିଲା।

- Advertisement -

Leave A Reply

Your email address will not be published.