ବାରଙ୍ଗ, ୨୩।୨(ଏସଏସନିଉଜ) ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାର କାନପୁର ନିକଟରେ ଥିବା ଏକ ବାଇକ୍ ସୋମବାର ଦିନ ଜଳିଯାଇଛି।ଚାଲକ ଜଣଙ୍କ ଏକ ଦୋକାନ ସମ୍ମୁଖରେ ଗାଡ଼ି ରଖି ଯାଇଥିବା ବେଳେ କୌଣସି କାରଣରୁ ହଠାତ ନିଆଁ ଲାଗି ଗାଡିଟି ପୋଡ଼ିଯାଇଛି।
ପ୍ରକାଶ ଯେ, କାନପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ହେଉଥିବା ଏକ ଧାର୍ମିକ କାର୍ଯ୍ୟରେ ରୋଷେଇ କରିବାକୁ ବାଇକ୍ ନେଇ ଜଣେ ରୋଷେୟା ଆସିଥିଲେ।ସେ ବାଇକ୍ ଟିକୁ କାନପୁରଗ୍ରାମ ମୁଣ୍ଡ ପୂରୀ ମୂଖ୍ୟ କେନାଲ ପାର୍ଶ୍ଵରେ ଥିବା ଏକ ଦୋକାନ ପାଖରେ ରଖିଦେଇ ରୋଷେଇ କରିବାକୁ ଯାଇଥିଲେ।
ଅପରାହ୍ନ ସାଢେ ୨ଟା ସମୟରେ କୌଣସି କାରଣରୁ ବାଇକ୍ ରେ ଅଚାନକ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଯୁବକ ଅମର ପ୍ରତାପ ନାୟକ, ମିକୁ ପ୍ରଧାନ, ରାକେଶ ନାୟକ, ସୂର୍ଯ୍ୟକାନ୍ତ ନାୟକ, ଆକାଶ ବେହେରା ପ୍ରମୁଖ ଏହାଦେଖି ପାଣି ଢ଼ାଳି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରିନଥିଲେ।ଯାହାଫଳରେ ବାଇକଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଥିଲା।
Prev Post
Next Post
