ପଥର ଗାଡ଼ି ନେଲା ଜୀବନ

ବାରଙ୍ଗ, ୨୭।୩(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ବଜାର ଉପରେ ଗୋଟିଏ ମାଙ୍କେଡା ପଥର ବୋଝେଇ ଟ୍ରକ ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ଗୋଡିସାହି ପଟୁ ଓଆର ୦୨ଏଜି ୯୧୧୭ ନମ୍ୱର ଟ୍ରକଟି ମାଙ୍କେଡା ପଥର ବୋଝେଇ କରି ଦୃତ ଗତିରେ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ଷଣ୍ଢପୁର ବଜାର ଉପରେ ମୁଖ୍ୟରାସ୍ତା ଉପରେ ଛିଡା ହୋଇଥିବା ଏକ ଗାଈଟିକୁ ଧକ୍କା ଦେଇ ଟ୍ରକଟି ପଳାଉଥିଲା।ସ୍ଥାନୀୟ ଲୋକମାନେ ଏହା ଦେଖି ଖସି ପଳାଉଥିବା ଟ୍ରକକୁ ଧରି ବାରଙ୍ଗ ଥାନା ପୋଲିସକୁ ଡାକି ହସ୍ତାନ୍ତର କରିଥିଲେ।ଅନ୍ୟପଟେ ଦୁର୍ଘଟଣାରେ ଗାଇଟିର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

- Advertisement -

Leave A Reply

Your email address will not be published.