ସାବଧାନ! ରାସ୍ତାରେ ବାରାହା

ବାରଙ୍ଗ, ୨୭।୩(ଏସଏସନିଉଜ) ଗତ କିଛିଦିନ ହେବ ମୁଣ୍ଡଳି ଅଂଚଳରେ ଜଙ୍ଗଲି ବାରାହାମାନଙ୍କ ଆତଙ୍କ ଦେଖାଦେଇଛି।ବାରାହାମାନଙ୍କ ଉପଦ୍ରବ ଯୋଗୁଁ ଚାଷୀମାନଙ୍କ ସହ ସାଧାରଣ ଲୋକଙ୍କୁ ହିନସ୍ଥା ହେବାକୁ ପଡୁଛି।
ପ୍ରକାଶଯେ, ସନ୍ଧ୍ୟା ହେବା ମାତ୍ରେ ଚନ୍ଦକା ଡମପଡା ଅଭୟାରଣ୍ୟରୁବାରାହା ପହ୍ଲବାହାରି ଅଭୟାରଣ୍ୟ ପାଦ ଦେଶରେ ଥିବା ଗ୍ରାମମାନଙ୍କରେ ହୋଇଥିବା ଚାଷଜମିରେ ପଶି ପନିପରିବା ନଷ୍ଟ କରୁଛନ୍ତି।ଏହାସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପଦ ସାଜିଛନ୍ତି।ବିଶେଷ କରି ଗତ କିଛିଦିନ ହେବ ମୁଣ୍ଡଳି ଅଂଚଳରେ ଏମାନଙ୍କ ଦୌରତ୍ମ୍ୟ ବଢ଼ିବଢ଼ି ଚାଲିଥିବାର ଜଣାପଡିଛି।ଅଭୟାରଣ୍ୟରେ ଆବଶ୍ୟକତା ପରିମାଣର ଖାଦ୍ୟ ନମିଳିବାରୁ ସେମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହା ହୋଇଛନ୍ତି।ଶୀତଦିନେ ହାତୀମାନଙ୍କ ଦୌରାତ୍ମ୍ୟ ଦେଖାଦେଉଥିବା ବେଳେ ଏବେ ଜଂଗଲୀ ବାରହାମାନଙ୍କ ଉତ୍ପାତ ଚାଷୀମାନଙ୍କ ପାଇଁ କାଳ ସାଜିଛି।ଏହାର ନିରାକରଣ ପାଇ ଚାଷୀମାନଙ୍କଠାରୁ ଆରମ୍ଭ କରି ସଚେତନଶିଳ ନାଗରିକମାନେ ଡମପଡା ଅଭୟାରଣ୍ୟର ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ବାରହାମାନଙ୍କୁ ଘଉଡାଇବା ପାଇଁ କୌଣସି ଉଦ୍ୟମ କରାଯାଇଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.