ଆଜିଠାରୁ ବଙ୍ଗଳା ବିକାଶର ଭରସାରେ ଯୁକ୍ତ ହୋଇଛି:- ମୋଦୀ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ ବିଜୟପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କଅଭିଭାଷଣରେ କହିଛନ୍ତିଯେ,ବଙ୍ଗଳାରେ ଅନୁପ୍ରବେଶ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନହେବ।ଆଜି ପଶ୍ଚିମବଙ୍ଗ ଭୟରୁ ମୁକ୍ତ ହୋଇଛି ।ଆଜି ଶ୍ୟାମାପ୍ରସାଦମୁଖାର୍ଜୀଙ୍କ ଆତ୍ମାକୁ ଶାନ୍ତିମିଳିଛି।ଶ୍ୟାମାପ୍ରସାଦ ମୁଖାର୍ଜୀ ଏକ ସମୃଦ୍ଧବଙ୍ଗଳାର ସ୍ବପ୍ନଦେଖିଥିଲେ।ଦେଶପାଇଁ ବଞ୍ଚିବା ଶିଖାଇଥିଲେ ଶ୍ୟାମାପ୍ରସାଦମୁଖାର୍ଜୀ ବୋଲି ମୋଦି କହିଥିଲେ।ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ପୁଷ୍ପମାଲ୍ୟଦେଇ ସମ୍ମାନିତ କରିବାକୁ ଯାଉଥିବାବେଳେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହାକୁ ନେଇ ନୀତିନ ନବୀନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।
ସେହିଭଳିଭାବେ ନିର୍ବାଚନରେ ଏଲଡ଼ିଏଫର ପରାଜୟପରେ ପଦଛାଡ଼ିଲେ ମୁଖ୍ୟମନ୍ତ୍ରୀ ପି.ବିଜୟନ।ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିବାସହ ପରବର୍ତ୍ତୀ ସରକାରଗଠନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ପରାମର୍ଶ ଦେଇଛନ୍ତି।

- Advertisement -

Leave A Reply

Your email address will not be published.