କଟକ, ୨୦।୬(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଜଣେ ଯୁବତମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀ ଜଣକ ହେଉଛନ୍ତି ଚଣ୍ଡିପ୍ରସାଦ ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ଝିଅ କସ୍ତୁରୀ ବେହେରା (୨୬) ।
ପ୍ରକାଶ ଯେ, ଚଣ୍ଡୀପ୍ରସାଦ ଗ୍ରାମର
କାହ୍ନୁ ଚରଣ ବେହେରା ପ୍ରଚୁର ପରିମାଣର ମଦ୍ୟପାନ କରୁଥିବାରୁ ପରିବାର ଲୋକ ଅତିଷ୍ଟ ହୋଇ ଗତ ଦୁଇଦିନ ତଳେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ଏହାକୁ ନେଇ ମଦ୍ୟପ ବାପା ଶନିବାର ଘରେ ପୁଣି ପାଟିତୁଣ୍ଡ କରିବାକୁ ନେଇ ଘରେ
ଆଶାନ୍ତି ଦେଖାଦେଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ କସ୍ତୁରୀ ଆତ୍ମହତ୍ୟା କରିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି।କସ୍ତୁରୀ ଦିହିପହର ସମୟର ତାର ଶୋଇବା ଘରେ ଭିତର ପଟୁ କବାଟ ଦେଇରହିଥିଲା।ପରିବାର ଲୋକ ସନ୍ଦେହ କରି କବାଟ ବାଡ଼େଇବା ପରେ କସ୍ତୁରୀ କବାଟ ଖୋଲିନଥିଲେ।ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ କଟର ମେସିନ ସାହାଯ୍ୟରେ ବନ୍ଦ ଘରର କବାଟ କାଟିବା ପରେ ଫ୍ୟାନରେ ଓଢନୀ ଲଗାଇ କସ୍ତୁରୀ
ଝୁଲୁଥିବାର ଦେଖିବାକୁ ପାଇଥିଲେ।ପରିବାର ଲୋକ ତାଙ୍କୁ ଉଧାର କରି କଟକ ବଡ ମେଡିକାଲକୁ ନେଇଥିବା ବେଳେ ପୋଲିସ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।ଡ଼ାକ୍ତରଖାନାରୁ ଖବର ପାଇ ପୋଲିସ ୨୪/୨୬କେସ ନମ୍ୱରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଥିଲା।
Prev Post
Next Post
