ମଦ୍ୟପଙ୍କ ମଦ ବୋତଲରେ ଆକ୍ରମଣ

ଲହୁ ଲୁହାଣ ହେଲେ ଯୁବକ

କଟକ, ୨୦।୬(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟ ମଦ ଦୋକାନ ସମ୍ମୁଖରେ ମଦ ବୋତଲ ଆକ୍ରମଣ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଯୁବକ ଜଣକ ସ୍ଥାନୀୟ ରତାଗଡ ଗ୍ରାମର ଶିବାନୀ ବେଦର(୩୦) ବୋଲି ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ଶନିବାର ଅପରାହ୍ନ ସାଢେ ୩ଟା ସମୟରେ ଷଣ୍ଢପୁର ଗ୍ରାମ ମୁଣ୍ଡରେ ଥିବା ମଦ ଦୋକାନ ପାଖରେ ଥିବା ଚାଖଣା ଦୋକାନରେ ଶିବାନୀ ବସିଥିଲେ। ।ଏହି ସମୟରେ ନରାଜ ଗ୍ରାମ ଡୁଡୁଲ ଦାସ, କାଠିଆ ଦାସ ଓ ବିଚି ସାହୁ ନାମକ ଯୁବକ ମଦ ଦୋକାନରୁ ମଦ୍ୟପାନ କରି
ଚାଖଣା ଦୋକାନକୁ ଆସିଥିଲେ।ସେଠାରେ କୌଣସି କାରଣକୁ ନେଇ ଶିବାନୀଙ୍କ ସହ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା।ଏଥିରେ ଉତଖିପ୍ତ ହୋଇ ମଦ୍ୟପ ଯୁବକ ୩ଜଣ ଶିବାନୀଙ୍କୁ ମାରଧର କରିବା ଆରମ୍ଭ କରିଥିଲେ।
ଏହି ସମୟ ରେ ଡୁଡୁଲ ଏକ ମଦ ବୋତଲ ମୁଣ୍ଡକୁ ବାଡେଇଦେବାରୁ ଶିବାନୀ ସେହିଠାରେ ରକ୍ତାତ ହୋଇ ଗୁରୁତର ଆହତ ହୋଇଥିଲେ।ଏହାପରେ ଯୁବକ ମାନେ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକମାନେ ଶିବାନୀ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।ଏହାପରେ ଶିବାନୀଙ୍କ ପତ୍ନୀ ପ୍ରଭାସିନୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.