ବାରଙ୍ଗ,୧୯।୭(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାନର ଦୁନିଆ ୬୯ ଖୁଆଡରେ ରହିଥିବା ଏକ ମର୍ମୋସେଟ୍ ମାଙ୍କଡ଼ ଶୁକ୍ରବାର ରାତିରେ ଶାବକ ଜନ୍ମ ଦେଇଛି। ଏହି ନୂଆ ଅତିଥିକୁ ମିଶାଇ ନନ୍ଦନକାନନରେ ମର୍ମୋସେଟ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଜନ୍ମ ପରେ ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଜନ୍ମ ଦେବା ପରେ ମା’ ମାଙ୍କଡ଼ ଶାବକଟିକୁ ଆପଣେଇନଥିଲା। ସେ ନିଜ ଛୁଆକୁ ଖୁଆଇବା ବା ନିଜ ପାଖରେ ନରଖିନଥିଲା।ଦୀର୍ଘ ସମୟ ଧରି କର୍ମଚାରୀମାନେ ଅପେକ୍ଷା କରିବା ପରେ ବି ମା’ର ଆଚରଣରେ ପରିବର୍ତ୍ତନ ନ ଆସିବାରୁ ଶାବକଟିକୁ ବଞ୍ଚାଇ ରଖିବା ପାଇଁ ପଶୁ ଚିକିତ୍ସକଙ୍କ ତତ୍ତ୍ଵାବଧାନରେ ତୁରନ୍ତ ପ୍ରାଣୀ ଉଦ୍ୟାନର ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।ଦକ୍ଷିଣ ଆମେରିକାରେ ଦେଖାଯାଉଥିବା
ମାର୍ମୋସେଟ୍ ଦୁନିଆର ସବୁଠାରୁ ଛୋଟ ମାଙ୍କଡ଼ ପ୍ରଜାତି ମଧ୍ୟରୁ ଅନ୍ୟତମ ଅଟେ।
Prev Post
