ବାରଙ୍ଗ ଥାନାର ନୂଆ ଅଧିକାରୀ

କଟକ,୧୦।୭(ଏସଏସନିଉଜ)ବାରଙ୍ଗ ଥାନାର ନୂତନ ଅଧିକାରୀ ଭାବେ ବିକାଶ କୁମାର ପଲେଇ ଶୁକ୍ରବାର ଦିନ ଯୋଗଦାନ କରିଛନ୍ତି। ବାରଙ୍ଗ ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରାଙ୍କୁ ଥାର୍ଡ ଡ଼ିଗ୍ରୀ ଘଟଣାରେ ତତ୍କାଳୀନ ଆଇଆଇସି ନିରଞ୍ଜନ ବେହେରାଙ୍କୁ ମେ ମାସ ୩୦ ତାରିଖରେ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ବଦଳରେ ପୁରୀଘାଟ ଥାନା ଅଧିକାରୀ ବିଶ୍ଵରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ଵ ଦିଆଯାଇଥିଲା।ସେବେଠାରୁ ପ୍ରାୟ ଦେଢ଼ ମାସ ହେବ ବାରଙ୍ଗ ଥାନାରେ ସ୍ଥାୟୀ ଥାନା ଅଧିକାରୀ ନଥିଲେ। ଆଜି ବିକାଶ କୁମାର ପଲେଇ ନୂତନ ଥାନା ଅଧିକାରୀ ଭାବେ ଯୋଗଦାନ କରିବା ପରେ ଥାନା କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି।ପୁର୍ବରୁ ସେ କଟକ ସାଇବର ଥାନାରେ କାର୍ଯ୍ୟରତ ଥିଲେ। ଆସା ତଥା ନ୍ୟାୟ ପାଇ ଥାନାକୁ ଆସୁଥିବା ଲୋକ ନିରାଶରେ ଫେରିବେ ନାହିଁ ବୋଲି ବିକାଶ କୁମାର ପଲେଇ କହିଛନ୍ତି।

- Advertisement -

Leave A Reply

Your email address will not be published.