ଆଜିର ରାଶିଫଳ

୨୦୨୬ମସିହା,ଜୁଲାଇମାସ,୧୪ତାରିଖ,ମଙ୍ଗଳବାର।ଆଷାଢ଼ ଅମାବାସ୍ୟା, ଶ୍ରୀଜୀଉଙ୍କର ନେତ୍ରୋତ୍ସବ,ନବଯୌବନଦର୍ଶନ,ଗୋସହସ୍ରୀ ଗଙ୍ଗାସ୍ନାନ, ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ।ବିବିଧ-ସ୍ତ୍ରୀ ତୈଳବର୍ଜ୍ଜନ,ହଳ ନିଷେଧ ।ଋତୁ-ଗ୍ରୀଷ୍ମ ଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଉତ୍ତରାୟଣ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୯/୧୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୧୫,ଆଷାଢ଼ମାସ,କୃଷ୍ଣପକ୍ଷ,
ଭୌମବାସ,ତିଥି-ଅମାବାସ୍ୟା ଦିବା ଘ୩/୩୬ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍ ।
ନକ୍ଷତ୍ର-ପୁନର୍ବସୁ ନକ୍ଷତ୍ର ରାତ୍ରି ଘ୧/୨ମିପର୍ଯ୍ୟନ୍ତ ।କରଣ- ଚତୁଷ୍ପଦକରଣ ପ୍ରାତଃଘ୫/୨୭ମିପର୍ଯ୍ୟନ୍ତ ତଦନ୍ତେ ନାଗକରଣ ଦିବା ଘ୩/୩୬ମି ପର୍ଯ୍ୟନ୍ତ।
ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଐଶାନ୍ୟକୋଣରେ,ଦିବା ଘ୩/୩୬ମି ପରେ ପୂର୍ବ ଦିଗରେ,ପକ୍ଷାନ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।
ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଦିବା ଘ୩/୩୬ମିପରେ ମେଷ,ବୃଷ,ମିଥୁନ,ସିଂହ,ତୁଳା,ଧନୁ, ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୭/୪୪ମିପରେ ବୃଷ, ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର–ରାତ୍ରି ଘ୭/୪୪ମି ମଧ୍ୟେ କନ୍ୟା ରାଶିରଘାତଚନ୍ଦ୍ର,ଘାତବାର–ମକର ରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧/୨ମି ପରେ ୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ପ୍ରତିପଦ୍ ର ପାର୍ବଣଶ୍ରାଦ୍ଧ,ଅମାବାସ୍ୟା ବିହିତଶ୍ରାଦ୍ଧ ଓ ତର୍ପଣ,ପିତୃ ସାମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧିରେହେବ ।ନିଷିଦ୍ଧଖାଦ୍ୟ-ଆମିଷ,ଦିବା ଘ୩/୩୬ମିପରେ କୁଷ୍ମାଣ୍ଡ (ପାଣିକଖାରୁ)ଭକ୍ଷଣ ନିଷେଧ ।ଅଶୁଭବେଳା-(ବାରବେଳା)ଦିବା ଘ୭/୦ମି ରୁ ଘ୮/୩୮ମି ପର୍ଯ୍ୟନ୍ତ(କାଳବେଳା)ଦିବା ଘ୧/୩୦ମି ରୁ ଘ୩/୮ମି ପର୍ଯ୍ୟନ୍ତ(କାଳରାତ୍ରି)ରାତ୍ରି ଘ୭/୪୬ମି ରୁ ଘ୯/୮ମି ପର୍ଯ୍ୟନ୍ତ।ଶୁଭ ବେଳା– (ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୪୩ମି ମଧ୍ୟେ, ଦିବା ଘ୯/୨୦ମି ରୁ ଘ୧୧/୪୪ମିମଧ୍ୟେ, ଘ୨/୫୬ମିରୁ ଘ୩/୪୪ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୫ମି ରୁ ଘ୭/୧୩ମି ମଧ୍ୟେ,ରାତ୍ରି ଘ୧୨/୪୯ମି ରୁ ଘ୩/୧୩ମି ପର୍ଯ୍ୟନ୍ତ ।
(ମାହେନ୍ଦ୍ରବେଳା)ଦିବା ଘ୨/୮ମିରୁ ଘ୨/୫୬ମି ମଧ୍ୟେ,ଘ୩/୪୪ମି ରୁ ଘ୪/୩୨ମି ମଧ୍ୟେ,ରାତ୍ରି ଘ୮/୪୯ମି ରୁ ଘ୧୦/୨୫ମି ପର୍ଯ୍ୟନ୍ତ,ପୁଷ୍କର ଦୋଷ- ମୃତବ୍ୟକ୍ତିଙ୍କ ୨ପାଦବାର ଓ ନକ୍ଷତ୍ର ପୁଷ୍କରଦୋଷ,ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ।ଭୂମି ଓ ତିଳସୁବର୍ଣ୍ଣ ଦାନ । ରାତ୍ରି ଘ୧/୨ମି ପରେ ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବନ୍ଧ୍ୟା । ଶାନ୍ତି କରଣୀୟ।ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ-ନାସ୍ତି ।
🐐ମେଷ👉ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ।ଲେଖାପଢ଼ା, ସନ୍ତାନଙ୍କ କୃତିତ୍ୱ, ଋଣ ପରିଶୋଧ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବ୍ୟବସାୟିକ ସ୍ଥିତି ଭଲ ରହିବ।
🐂ବୃଷ👉ସାମାଜିକ ସ୍ତରରେ ଆନୁଷ୍ଠାନିକ କାମ ସକାଶେ ସ୍ବତନ୍ତ୍ର ନିମନ୍ତ୍ରଣ ପାଇପାରନ୍ତି। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସମ୍ପର୍କୀୟଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
👩‍❤️‍👨 ମିଥୁନ👉ବନ୍ଧୁଗହଣରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ବିଚାରଧାରାର ବିଭିନ୍ନତା ମାନସିକ ଅସ୍ଥିରତାର କାରଣ ହେବ। ଜମିଜମା କ୍ରୟବିକ୍ରୟ, ଚୁକ୍ତିପତ୍ର, ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ଆଇନ, ଅଦାଲତ କ୍ଷେତ୍ରରେ ତଥା ମାଲିମକଦ୍ଦମାରେ ବିଚାର ବିଳମ୍ବିତହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
🦀କର୍କଟ👉କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଭ୍ରମଣ ଅବସରରେ ଜଣେ ପୁରୁଣା ବନ୍ଧୁଙ୍କ ଦେଖାପାଇ ମନ ହାଲୁକା ହୋଇଯିବ।
🦁 ସିଂହ👉ମନ କଥାକୁ ମନ ଭିତରେ ରଖି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ଫନ୍ଦିଫିକର କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
🧕କନ୍ୟା👉ପରିବାରର ଆବଶ୍ୟକତାନୁଯାୟୀ ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ନିଜ ପରିସରରେ ସ୍ବାର୍ଥର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଉପୁଜିପାରେ। ସାହିତ୍ୟକୃତି, ଜମିଜମା କ୍ରୟବିକ୍ରୟ କ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
⚖️ତୁଳା👉ଶାରୀରିକ ଅସୁସ୍ଥତାଜନିତ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କୌଣସି ଜିନିଷ କ୍ରୟକରିବା ସକାଶେ ହଠାତ୍‍ ମୋଟା ଅଙ୍କର ଆବଶ୍ୟକତା ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବା ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
🦂ବିଛା👉ଅତୀତ ଘଟଣା ମନକୁ ଆଲୋଡ଼ିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। କର୍ମାରମ୍ଭ ସକାଶେ ନିଷ୍ପତ୍ତି ନେଇଥିଲେ ମଧ୍ୟ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ହେବ। ବନ୍ଧୁସମ୍ପର୍କ, ଆନୁଷ୍ଠାନିକ କାମ, ଦୂରଯାତ୍ରା ସାଙ୍ଗକୁ ମୂଲ୍ୟବାନ୍‍ ଜିନିଷ କ୍ରୟ ଯୋଗରହିଛି।
🏹ଧନୁ👉କର୍ମଦକ୍ଷତା ଏବଂ ସଚ୍ଚୋଟତା କାରଣରୁ କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁଙ୍କ କୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷାପାଇବେ। ଜମିଜମା ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି। ପ୍ରତିଯୋଗିତା, କ୍ରୀଡ଼ା, ସାହିତ୍ୟରେ
ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟ, ପରିବହନ, ଅର୍ଥସମ୍ପର୍କ, ସଭା ସମିତି ଓ ଆନୁଷ୍ଠାନିକ କାମରୁ ପ୍ରଶଂସିତ ହୋଇପାରନ୍ତି।
🐊ମକର👉ଆଜିର କାମଗଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବାରେ କୌଣସି ଅସୁବିଧା ରହିବ ନାହିଁ। ପଡ଼ୋଶୀମାନଙ୍କ ସହ ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସକାଳ ସମୟରେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‍ସନ ଲାଗି ରହିବ ।
🏺କୁମ୍ଭ👉ଉପରିସ୍ଥ ଅଧିକାରୀଙ୍କ ସହୃଦୟତାରୁ କର୍ମକ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକ ଯେତେ ସମସ୍ୟା ସୃଷ୍ଟିକଲେ ମଧ୍ୟ ଆପଣଙ୍କର କୌଣସି ଅସୁବିଧା ହେବନାହିଁ। ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
🐟ମୀନ👉ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସାଙ୍ଗକୁ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ପାରିବାରିକ ପରିସ୍ଥିତିକୁ ସୁଧାରି ନେବେ। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ। କର୍ମଜଞ୍ଜାଳ ମଧ୍ୟରେ କଠିନଶ୍ରମ ଓ ଭ୍ରମଣଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
🕉️ନୀତିବାଣୀ🕉️
ତପୀକୁ ନିନ୍ଦିଲେ ହୁଏ, କୁଷ୍ଠ ବ୍ୟାଧି
ଅନ୍ନନିନ୍ଦା ବଡ କ୍ଷୁଧା
ସୁଜନ ନିନ୍ଦିଲେ ଅସ୍ତ୍ରାଘlତ ହୁଏ
ରତନେ ଦାରିଦ୍ର୍ୟ ବାଧା ।
ନିଜ ଲକ୍ଷ୍ୟକୁ ସେହିଲୋକମାନେ ହାସଲ କରନ୍ତି,ଯେଉଁମାନେ ପ୍ରତିମୁହୂର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟାକରନ୍ତି।ହଜାର ଲୋକଙ୍କ ସହ ସମ୍ପର୍କଯୋଡିବା କିଛି ବଡ଼କଥା ନୁହେଁ,ବଡ଼କଥା ହେଲା-ଗୋଟିଏ ସମ୍ପର୍କକୁ ତୁଲାଇବା।ଜୀବନରେ ଆଗକୁ ବଢ଼ିବାକୁହେଲେ ସମୟସହିତ ନିଜକୁ Change କରିବାକୁ,ନହେଲେ Age ଚାଲିଯିବ ରାସ୍ତାବି ସରିଯିବ ଆଉ Future ସେଇଠି ଅଟକିଯିବ।

- Advertisement -

Leave A Reply

Your email address will not be published.