କଟକ,୧୩।୭(ଏସଏସନିଉଜ)ଗ୍ରାମ ମୁଖ୍ୟ ରାସ୍ତାରେ ଭାସୁଛି ନର୍ଦ୍ଦମା ଜଳ। ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ। ଯାତାୟତ କରିବାରେ ଦେଖାଦେଇଛି ସମସ୍ୟା। ଏଭଳି ଦୃଶ୍ୟ ବାରଙ୍ଗ ବ୍ଲକର ଦାଢ଼ାପାଟଣା ପଞ୍ଚାୟତର ଦାଢ଼ାପାଟଣା ଗ୍ରାମରେ ଦେଖିବାକୁ ମିଳିଛି ।
ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର କୈବର୍ତ୍ତସାହିଠାରୁ ମୋଚୀସାହି ପର ଯାଇଥିବା ଡ୍ରେନଟି ଦୀର୍ଘ ଦିନହେବ ଅଳିଆ ଆବର୍ଜନାରେ ପରିପୂର୍ଣ ହୋଇରହିଛି। ଫଳରେ ଡ୍ରେନ ପାଣି ନିଷ୍କାସନ ହୋଇପାରୁନାହିଁ। ଗ୍ରାମର କିଛି ବ୍ୟକ୍ତି ଏହି ଡ୍ରେନ ସହିତ ଘରର ପାଇଖାନା ପାଇପ ସଂଯୋଗ କରିଥିବାରୁ ଏହା ଅଧିକ ପରିମାଣରେ ଜାମ୍ ହୋଇ ଜଳ ନିଷ୍କାସନ ହେବାରେ ବାଧକ ସାଜିଛି। ଯାହାଫଳରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭାସିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ବାରଙ୍ଗ ଅଂଚଳର ବ୍ୟବସାୟିକ ସ୍ଥାନ ଦାଢାପାଟଣା ହୋଇଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଯାନବାହାନ ଯାତାୟତ କରିଥାନ୍ତି।ଦୁର୍ଗନ୍ଧ ଯୋଗୁ ସେମାନେ ଦାଢାପାଟଣାକୁ ଆସିବାକୁ ଏବେ ନାପସନ୍ଦ କରିବା ଆରମ୍ଭ କଲେଣି ।ଦୀର୍ଘ ୧୫ବର୍ଷ ତଳେ ହୋଇଥିବା ଏହି ଡ୍ରେନକୁ ଗ୍ରାମ୍ୟଉନ୍ନୟନ ବିଭାଗ କରିଥିବାବେଳେ ପଂଚାୟତ ପକ୍ଷରୁ ଏହାକୁ ସଫେଇ କରାଯାଉଥିଲା ।କିନ୍ତୁ ଏବେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ନୁଆକରି ଦାଢାପାଟଣା ଗ୍ରାମରେ ନୂଆକରି ଡ୍ରେନ କରାଯିବା ପାଇଁ ଟେଣ୍ଡର ହୋଇଥିବାରୁ ଆଉ ପଞ୍ଚାୟତ ପକ୍ଷରୁ ସଫେଇ କରାଗଲାନାହିଁ।ଅପରପକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୁରୁଣା ଡ୍ରେନକୁ ଭାଙ୍ଗି ଆଗ କରିବା ବଦଳରେ ମଙ୍ଗଳାଛକଠାରୁ କାର୍ଯ୍ୟ ଆରମ୍ଭ କରିବାରୁ ଏହି ସମସ୍ୟା ଦେଖାଦେଇଛି।ଅନ୍ୟପଟେ ଠିକାଦାର ର କଛପ ନୀତି ଯୋଗୁଁ ୫/୬ମାସ ମଧ୍ୟରେ ପ୍ରାୟ ୫ସହ ଫୁଟ ପର୍ୟ୍ୟନ୍ତ ଡ୍ରେନ କାମ ହୋଇଛି।ଠିକାଦାରକୁ ବିଭାଗୀୟ ଅଧିକାରୀ ମାନେ ତାଗିଦ୍ ନକରିବାରୁ ଗ୍ରାମବାସୀ ମାନେ ଆସୁଥିବା ବର୍ଷା ଦିନେ ନାହିନଥି ବା ହଇରାଣ ହେବାର ସମ୍ଭାବନା ଦେଖାଦେଇଛି।
ଦାଢ଼ାପାଟଣା ପଂଚାୟତର ସରମ୍ପଚ ଦିଲିପ ବେହୋରଙ୍କୁ ପଚାରିବାରୁ ସେ କହିଲେ ଯେ,ଗ୍ରାମରେ ୧୫ବର୍ଷ ତଳେ ଡ୍ରେନ ହୋଇଥିଲା ଏହାକୁ ପର୍ୟ୍ୟାୟ କ୍ରମେ ପଂଚାୟତ ପକ୍ଷରୁ ସଫେଇ କରାଯାଉଥିଲା ।ଏବେକିନ୍ତୁ ଗ୍ରାମରେ ନୁଆକରି ଡ୍ରେନକାମ ଆରମ୍ଭ ହୋଇଥିବାରୁ ଗ୍ରାମ୍ୟଉନ୍ନୟନ ବିଭାଗ ପୁରୁଣା ଡ୍ରେନକୁ ଭାଙ୍ଗି ନୁଆ କରିବା କଥା ।୫/୬ମାସ ହେବ ମାତ୍ର ୫ଶହଫୁଟର ଡ୍ରେନକାମ ସାରି ବସିଥିବାରୁ କାମର ଅଗ୍ରଗତି ନିମନ୍ତେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବଧାୟକଙ୍କ ଦୃଷ୍ଟିଆକର୍ଷଣ କରିଛୁ ବୋଲି କହିଛନ୍ତି ।ଗ୍ରାମ୍ୟଉନ୍ନୟନ ବିଭାଗର ଜେଇ ଜଗନ୍ନାଥସୁବୁଦ୍ଦିଙ୍କ ମୋ ୭୦୦୮୩୫୪୮୯୦ନଂରେ ଯୋଗାଯାଗ କରିଥିବାରୁ ସେ କହିଲେଯେ ମୋର ପଦନ୍ନତି ହୋଇଯାଇଛି । ଅନ୍ୟଜଣେ ଅତିରିକ୍ତ ଦାୟିତ୍ୱରେ ଥିବାରୁ ତାଙ୍କ ନମ୍ବର ମୋ ପାଖରେ ନାହିଁ।
Prev Post
Next Post
