ଆଜିର ରାଶିଫଳ

ବାହୁଡ଼ାଯାତ୍ରା,୨୪-୭-୨୦୨୬(ଶୁକ୍ରବାର)ଅଦ୍ଯ କର୍କଟ ଦି୮ନ, ଆଷାଢ଼ ଶୁକ୍ଳ ଦଶମୀ ଦ୮।୩୧ ଦିଘ ୮।୪୭, ଅନୁରାଧା ଦ୫୯।୨୨ ନିଘ୫।୮,ବିଛା ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)କର୍କଟ ଦ୧/୬/୨୦ ଇଂଘ ୫/୨୨/୫୮ ଗତେ ଉଦୟ।ମକର ଦ୧/୭/୩୦ ଇଂଘ ୬/୨୪/୧୦ ଗତେ ଅସ୍ତ।ଯୋଗିନୀ ଉତ୍ତରେ।ଦିବା ଘ୮।୪୭ଗତେ ଅଗ୍ନିକୋଣେ।ଦିବା ଘ୮।୪୭ମଧ୍ୟେ ଯାତ୍ରା ଶୁଭ।ଉତ୍ତରେ ବାୟବ୍ୟେ,ପଶ୍ଚିମେ ଯାତ୍ରା ନାସ୍ତି।ଅଦ୍ଯ ଦେବତାଗଠନ,ନୌକାଗଠନ ଓ ଚାଳନ,ଔଷଧିକରଣ ଓ ଭକ୍ଷଣ, ତୈଳରନ୍ଧନ,ନାମକରଣ,ଦୀକ୍ଷାଗ୍ରହଣ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି।ନିଶାନ୍ତ ଘ୫।୮ଗତେ ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରାଭାଦ୍ର ଅଶ୍ବିନୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ୱାତୀ ଅନୁରାଧା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ଦିବା ଘ୮।୩୮ ଗତେ,ଘ୧୧।୫୪ମଧ୍ୟେ ବାର ଓ କାଳବେଳା।ରାତ୍ରି ଘ୯।୭ଗତେ ଘ୧୦।୨୯ମଧ୍ୟେ କାଳରାତ୍ରି । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।କଲମ୍ବୀ (କଳମୀଶାଗ) ଦିବା ଘ୮।୪୭ ଗତେ ଶିମ୍ବିକା(ଶିମ୍ବ )ଭକ୍ଷଣ ନିଷେଧ।ଅମୃତ-ଦିବା ଘ୬।୫୮ ମଧ୍ୟେ ଘ୭।୪୬ ଗତେ ଘ୧୦।୧୦ ମଧ୍ୟେ ଘ୧୨।୩୪ଗତେ ଘ୨।୧୦ମଧ୍ୟେ ଘ୩।୪୬ଗତେ ଘ୫।୨୨ମଧ୍ୟେ ରାତ୍ରି ଘ୭।୫୯ଗତେ ଘ୯।୩୫ମଧ୍ୟେ ଘ୩।୫୯ ଗତେ ଘ୪।୪୭ ମଧ୍ୟେ।ମାହେନ୍ଦ୍ର- ରାତ୍ରି ଘ୧୧।୧୧ଗତେ ଘ୧୧।୫୯ ମଧ୍ୟେ ଘ୪।୪୭ଗତେଘ୫।୨୩ମଧ୍ୟେ ।
ମେଷ:-ପାରିବାରିକ ଦାୟିତ୍ବ ନିର୍ବାହ କରିପାରିବେ। ଚାକିରି ବଦଳାଇବା ଲାଗି ଭାବି ପାରନ୍ତି। କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ବୃଷ:- କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ। ସାମାଜିକ ପରିସର ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ କାଟିବେ।
ମିଥୁନ:-କୌଣସି କଥା ନେଇ ଚିନ୍ତିତ ରହିବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟ ନେଇ କଥାବାର୍ତ୍ତା କରିବେ।
କର୍କଟ:-ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ଟ୍ରାଭେଲ ଏଜେନ୍‌ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।
ସିଂହ:-ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। ବିଶେଷ ସ୍ଥାନରେ ଆପଣଙ୍କର ପ୍ରଶଂସା ହେବ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ।
କନ୍ୟା:- ମନ ଭିତରେ ଦବି ରହିଥିବା କଥାକୁ ସମ୍ମୁଖକୁ ଆଣନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ପଢ଼ାରେ ବ୍ୟସ୍ତ ରହିବେ।
ତୁଳା:-ଛୋଟିଆ ସୁଯୋଗ ଆପଣଙ୍କୁ ଧନୀ ବନାଇପାରେ। ଉନ୍ନତିର କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।
ବିଛା:-ନିଜ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଅଫିସ ଯିବା ସମୟରେ ଜିନିଷ ଓ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ଧନୁ:-ପୂଜାପାଠରେ ସମୟ ବିତିବ। ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଘରୋଇ ଚାକିରିଆଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ।
ମକର:-ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଚାକିରିରେ କାର୍ଯ୍ୟଦକ୍ଷତା ଲାଗି ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ସଙ୍ଗୀତଜ୍ଞ ଭଲ ପ୍ରଦର୍ଶନ କରିବେ।
କୁମ୍ଭ:-ବେପାରୀବର୍ଗଙ୍କର ଆମଦାନି ବଢ଼ିପାରେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଉନ୍ନତିର ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କୁ ଉପହାର ଦେବେ।ମୀନ:-ଅତୀତ ସ୍ମୃତି ତାଜା ହେବ। ଆପଣ ନିଜର ସ୍ଥିତି ମଜଭୁତ କରିପାରିବେ। ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି।ସାମାଜିକକ୍ଷେତ୍ରରେ ମାନ ସମ୍ମାନ ବଢ଼ିବ।

ଆମେ ସବୁବେଳେ ହୃଦୟ, ଆଖି, ପେଟ ଯନ୍ତ୍ରଣାକୁ ଗୁରୁତ୍ୱ ଦେଉ, କିନ୍ତୁ ଆମ ପାଦରେ ଦେଖାଯାଉଥିବା ଛୋଟ ଛୋଟ ପରିବର୍ତ୍ତନକୁ ଅଣଦେଖା କରିଦେଉ। ଏହି ଛୋଟ ଲକ୍ଷଣ ହିଁ ବଡ଼ ରୋଗର ସଙ୍କେତ ହୋଇପାରେ। ୧.ପାଦରେ ବାରମ୍ବାର ଫୁଲା
ଯଦି ଆପଣଙ୍କ ପାଦ ବାରମ୍ବାର ଫୁଲିଯାଉଛି, ଏହା କିଡନୀ କିମ୍ବା ଯକୃତ ରେ ସମସ୍ୟାର ଲକ୍ଷଣ ହୋଇପାରେ। ଏମିତି ହେଲେ ଲୁଣ କମ୍ ଖାଆନ୍ତୁ, ଅଧିକ ପାଣି ପିଅନ୍ତୁ ଏବଂ ଫୁଲା କମ୍ ନ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ।
୨.ପାଦ ସବୁବେଳେ ଥଣ୍ଡା ରହିବା
ସବୁବେଳେ ପାଦ ଥଣ୍ଡା ଅନୁଭବ ହେଉଛି କି? ଏହା ଆଇରନ୍ ଅଭାବ କିମ୍ବା ଥାଇରଏଡ୍ ଜନିତ ସମସ୍ୟା ହୋଇପାରେ। ଏଥିପାଇଁ ଆଇରନ୍ ଯୁକ୍ତ ଖାଦ୍ୟ ଯେପରି – ପାଳଙ୍ଗ ଶାଗ, ବିଟ୍, ରାଶି ଏବଂ ସିଝା ଅଣ୍ଡା ଖାଆନ୍ତୁ।
୩.ପାଦରେ ଝିମ୍ ଝିମ୍ ହେବା,ଶୂନ୍ୟତା (ଅବଶହେବା)ବାରମ୍ବାର ପାଦ ଝିମ୍ ଝିମ୍ ହେଉଛି ତ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ଏହା ଭିଟାମିନ୍ B12 ଅଭାବର ମୁଖ୍ୟ ଲକ୍ଷଣ। ଏଥିପାଇଁ କ୍ଷୀର, ଦହି, ଅଣ୍ଡା ଏବଂ ସପ୍ଲିମେଣ୍ଟ ନିଅନ୍ତୁ, କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେଇ।
୪.ମାଂସପେଶୀରେ କଷ୍ଟ / ଟାଣି ଧରିବା (Cramps)ରାତିରେ ଶୋଇବା ବେଳେ ପାଦ ଟାଣି ଧରୁଛି କି? ଏହା ଶରୀରରେ ପୋଟାସିୟମ୍, କ୍ୟାଲସିୟମ୍ ଅଭାବରୁ ହୁଏ। ଡାବ ପାଣି, କଦଳୀ, ଛେନା ଭଳି ଖାଦ୍ୟ ଖାଆନ୍ତୁ ଏବଂ ଶରୀରକୁ Hydrate ରଖନ୍ତୁ।
୫.ଫଟା ଗୋଇଠି କେବଳ ଶୀତ ଦିନ ନୁହେଁ, ବାର ମାସ ଗୋଇଠି ଫାଟୁଛି କି? ଏହା ଆଇରନ୍ ଅଭାବ କିମ୍ବା ଶରୀରରେ ପାଣି ଅଭାବର ସଙ୍କେତ। ସବୁକୁ ପରିଷ୍କାର ରଖନ୍ତୁ, ଭିଜ୍, ରାଶି ତେଲ ଲଗାନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।
୬.ପାଦରେ ଜଳାପୋଡ଼ା
ପାଦ ତଳେ ଜଳାପୋଡ଼ା ଅନୁଭବ ହେଉଛି ତ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ମଧୁମେହ (Sugar) ଜନିତ ସ୍ନାୟୁ (Nerve) ଦୁର୍ବଳତା ହୋଇପାରେ। ତୁରନ୍ତ ସୁଗାର ଚେକ୍ କରନ୍ତୁ ଏବଂ ଖାଲି ପାଦରେ ଚାଲିବାରୁ ଦୂରେଇ ରୁହନ୍ତୁ।
ଏହି ସୂଚନା କେବଳ ସାଧାରଣ ଜ୍ଞାନ ଏବଂ ଶିକ୍ଷାଗତ ଉଦ୍ଦେଶ୍ୟ ପାଇଁ। ଏହା କୌଣସି ଡାକ୍ତରୀ ପରାମର୍ଶ, ରୋଗ ନିର୍ଣ୍ଣୟ କିମ୍ବା ଚିକିତ୍ସାର ବିକଳ୍ପ ନୁହେଁ। କୌଣସି ଲକ୍ଷଣ ଦେଖାଦେଲେ ନିଜେ ଔଷଧ ଖାଆନ୍ତୁ ନାହିଁ, ନିକଟସ୍ଥ ଯୋଗ୍ୟ ଡାକ୍ତରଙ୍କ ସହ ପରାମର୍ଶ କରି ସେହି ଅନୁସାରେ ଔଷଧ ଖାଆନ୍ତୁ।

- Advertisement -

Leave A Reply

Your email address will not be published.