ସୋଇଛି ଜନ୍ତୁ ବିଭାଗ

ଜୀବନ ସହ ସଂଗ୍ରାମ କରୁଛି ଜଳହସ୍ତୀ

…ବାରଙ୍ଗ,୨୪।୭ (ଏସଏସନିଉଜ) ପ୍ରାଣୀ ଉଦ୍ୟାନ ର ୬୧ ନମ୍ବର ଖୁଆଡରେ ଜୀବନ ମରଣ ସହ ସଂଗ୍ରାମ କରୁଛି ୧୦ ବର୍ଷୀୟା ମାଈ ଜଳହସ୍ତୀ। ମୁହଁ ମାଡି ପଡିଛି, ସପ୍ତାହ ହେଲା ପାଣିରୁ ବାହାରୁନି କି କିଛି ଖାଉନି।ପାଣି ରେ ରହୁଥିବାରୁ ଚିକିତ୍ସା ପାଇ ପଶୁ ଚିକିତ୍ସକଙ୍କ ଚିନ୍ତା ବଢ଼ିଯାଇଛି କିନ୍ତୁ ପାଣିରୁ କିଭଳି ବାହାର କରାଯିବ ସେଥିପାଇଁ ଅନାଗ୍ରହ ଭାବେ ବସି ରହିଛି ଜନ୍ତୁବିଭାଗ।
ଏହି ଜଳହସ୍ତୀ ଟି ପାଣିରୁ ବାହାରୁ ନଥିବାରୁ CWC ସହ ଭିଡିଓ କନଫରେନ୍ସ କରି ପରାମର୍ଶ ନିଆଯାଇଥିଲା। ହେଲେ ଆଜି ଯାଏଁ ତାକୁ ପାଣିରୁ ବାହାରକୁ ଅଣାଯାଇ ପାରିଲା ନଥିବାର ଜଣାପଦିଛି।
ତେବେ ଜଳହସ୍ତୀକୁ ବାହାରକୁ ଆଣିଲେ ଚିକିତ୍ସା ସହଜ ହେବ, ହେଲେ ଜନ୍ତୁ ରେଞ୍ଜ ଅଫିସର ଓ ଏସିଏଫ୍ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନିରୀହ ଜୀବଟି ମୃତ୍ୟୁ ମୁଖକୁ ଟାଣି ଟାଣି ହୋଇ ଯାଉଛି। ଏହାର ମୃତ୍ୟୁ ହେଲେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଜନ୍ତୁ ବିଭାଗ ଉପରେ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

- Advertisement -

Leave A Reply

Your email address will not be published.