ଚିଲକୁ ନୂଆ ଜୀବନ ଦେଲେ ବିଘ୍ନେଶ୍ୱର

ବାରଙ୍ଗ,୨୪।୭(ଏସଏସନିଉଜ) ଆଜିକାଲି ମଣିଷ ମଣିଷକୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଥିବା ବେଳେ ରାସ୍ତାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଥିବା ଏକ ଚିଲକୁ ନୂଆ ଜୀବନ ଦେଇଛନ୍ତି ଯୁବକ।ଯୁବକଙ୍କ ଏହିଭଳି ପ୍ରୟାଶକୁ ସବୁଆଡୁ ପ୍ରଶଂସା ଆସିଛି।ଯୁବକ ଜଣଙ୍କ ହେଉଛନ୍ତି ନନ୍ଦନକାନନ ଥାନା ଅଂଚଳର କଳାଝାରି ଗ୍ରାମର ବିଘ୍ନେଶ୍ୱର ମହାନ୍ତି।
ପଦାଶାହି ଗ୍ରାମ ରାସ୍ତା କଡରେ ଏକ ଚିଲ ଅସୁସ୍ଥ ଅବସ୍ଥାରେ ପଡି ଛଟପଟ ହେଉଥିଲା। ଉଡିପାରୁ ନଥିଲା। ଅନେକ ଲୋକ ଦେଖି ସେହି ବାଟରେ ଅଣଦେଖା କରି ଯାଉଥିଲେ।ସେହି ବାଟରେ ଘରକୁ ଫେରୁଥିବା ବିଘ୍ନେଶ୍ୱରଙ୍କ ନଜରରେ ଏହା ଆସିଥିଲା।ସିଏ କାଳବିଳମ୍ବ ନକରି ଚିଲଟିକୁ ଉଧାର କରି ଚିକିତ୍ସା ପାଇ ସିଧା ଆସି ନନ୍ଦନକାନନରେ ପହଞ୍ଚିଥିଲେ।ସେଠାରେ ପ୍ରାଣୀ ଚିକିତ୍ସକ ଚିଲଟିର ପ୍ରାଥମିକ ଚିକିତ୍ସା କରିଥିଲେ। ପରେ କର୍ତୃପକ୍ଷଙ୍କ ପରାମର୍ଶ ଅନୁଯାୟୀ ଯୁବକ ଜଣକ ଚିଲଟିକୁ ନିଜ ପାଖରେ ରଖି ସେବା କରୁଛନ୍ତି ଏବଂ ସୁସ୍ଥ ହେବା ପରେ ଖୋଲା ଆକାଶରେ ଛାଡ଼ିଦେବେ ବୋଲି କହିଛନ୍ତି।ବିଘ୍ନେଶ୍ୱରଙ୍କ ଏଭଳି ମହତ କାର୍ଯ୍ୟକୁ ଏବେ ସବୁଠି ପ୍ରଶଂସା କରାଯାଉଛି।

- Advertisement -

Leave A Reply

Your email address will not be published.