ଜୁଲାଇମାସ ୨୫ତାରିଖ୨୦୨୬ମସିହା(ଶନିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ୧୧/୨୨ଗତେଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୨୨
,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୪/୫୦,ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୨୨ଗତେ ନୈରୁତେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ଘ୧୧/୨୨ଗତେ ଦ୍ଵିପାଦ ପୁଷ୍କର ଦୋଷ,କାଳବେଳା -ଦିବାଘ୦୭/୦୨ମଧ୍ୟେ ଓ ଦିବା ଘ୦୪/୪୫ଗତେ ଘ୦୬/୨୬ମଧ୍ୟେ,ବାରବେଳା-ଦିବାଘ୦୧/୩୦ଗତେ ଘ୦୩/୦୮ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୯/୨୫ଗତେ ଘ୧୨/୩୬ମଧ୍ୟେ ଓ ରାତ୍ରି ଘ୦୮/୪୮ଗତେ ଘ୧୧/୧୧ମଧ୍ୟେ ଓ ରାତ୍ରି ଘ୧୨/୫୦ଗତେ ଘ୦୨/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନ।ସ୍ତି,ଅଦ୍ୟ ଶିମ୍ବ ଦିବା ଘ୧୧/୨୨ଗତେ ପୋଇଭକ୍ଷଣ ନିଷେଧ।
ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ସୁଯୋଗ ମିଳିବ। ଛୋଟଯାତ୍ରାର ଆୟୋଜନ ହୋଇପାରେ।ସ୍ଵାସ୍ଥ୍ୟ ଭଲରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।
ବୃଷ:-ଆଜି ଅଧୁରାକାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ।ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ।ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭହେବ।ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ:-ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ଲସହିତ ହେବ।ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ।ଆକସ୍ମିକଧନ ଖର୍ଚ୍ଚ ହୋଇପାରେ।ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ।ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:- ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ।ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ।ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି,ବାସଗୃହ ତଥା ବାହନ ଆଦିରକାଗଜପତ୍ରରେ ସାବଧାନ ରହିବେ।
ସିଂହ:-ଆଜି ବିନାଭାବି ବିଚାରି କୌଣସିକାର୍ଯ୍ୟ କରନ୍ତୁନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ,ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ।ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କସହିତ ଖୂବ ଭଲ ସମ୍ବନ୍ଧ ରହିବ।ଆର୍ଥିକଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତବାଣୀ କାହାସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବାମନ ଆପଣଙ୍କୁ କୌଣସି ଠୋସନିର୍ଣ୍ଣୟ ନେବାକୁ ଦେବନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବିବିଚାରି ନିଅନ୍ତୁ।ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ।କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ,ଯାତ୍ରା କିମ୍ବା ସାକ୍ଷାତରସୁଯୋଗ ମିଳିବ।ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭହେବ।ଶୁଭ ସମାଚାର ପ୍ରାପ୍ତହେବ।
ବିଛା:-ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ।ପାରିବାରିକ ସଦସ୍ୟମାନଙ୍କସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀମାମଲାରେ ସାବଧାନ ରହିବେ।ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କସହିତ ବାହରକୁ ଯାତ୍ରା କରିପାରନ୍ତି।ମାଙ୍ଗଳିକପ୍ରସଙ୍ଗରେ ଉପସ୍ଥିତ ହେବେ।ମହିଳାମିତ୍ର ତଥା ପତ୍ନୀ ଏବଂ ପୁତ୍ରଲାଭ ହେବ।ବୈବାହିକ ସମସ୍ୟାର ସମାଧାନ ହେବ।
ମକର:-ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ,ଯେଉଁଥିରେ ଆପଣ ଖୁସି ରହିବେ।ଚାକିରି-ବ୍ୟବସାୟକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତାମିଳିବ।ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ।ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ।ସନ୍ତାନମାନଙ୍କରସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ:-ଆଧ୍ୟାତ୍ମିକତାପ୍ରତି ଆକର୍ଷଣ ବଢ଼ିବ।ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ।ଅଚାନକ ଧନ ଲାଭ ହେବ।ଶତ୍ରୁମାନଙ୍କଠାରୁ ବଞ୍ଚିକରିରୁହନ୍ତୁ।ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।।ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
Prev Post
