୨୦୨୬ ମସିହା, ଅଗଷ୍ଟ ମାସ, ୧୭ ତାରିଖ, ସୋମବାର,ସିଂହ ସଂକ୍ରାନ୍ତି, ତଦ୍ ବିହିତ ଉପବାସ ଗ୍ରହପୂଜା ହୋମ ଓ ଦାନାଦି, ସୂର୍ଯ୍ୟୋଦୟ ରୁ ଦିବା ଘ୧୦/୫୮ମି ମଧ୍ୟେ ସଂକ୍ରାନ୍ତିର ପୁଣ୍ୟକାଳଃ । ଦିବା ଘ୧୦/୫୮ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୁଣ୍ୟକାଳଃ ।ବିବିଧ- ହଳ ନିଷେଧ, ସ୍ତ୍ରୀତୈଳ ବର୍ଜ୍ଜନ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୦/୨୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୧୦/୨୭
ଶ୍ରାବଣ ମାସ,ଶୁକ୍ଳପକ୍ଷ,ଚନ୍ଦ୍ର ବାସ,ତିଥି- ପଞ୍ଚମୀ ଦିବା ଘ୪/୨୦ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଚିତ୍ରା ନକ୍ଷତ୍ର ରାତ୍ରି ଘ୪/୫୮ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ର ।ଚନ୍ଦ୍ର- କନ୍ୟାଚନ୍ଦ୍ର ଦିବା ଘ୪/୨୬ମି ପର୍ଯ୍ୟନ୍ତ ତଦନ୍ତେ ତୁଳାଚନ୍ଦ୍ର ।ଶୁଭଯୋଗ ରାତ୍ରି ଘ୪/୧୦ମି ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳଯୋଗ ।କରଣ- ବାଳବକରଣ ଦିବା ଘ୪/୨୦ମି ପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ସନ୍ଧ୍ୟା ଘ୫/୫୫ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୪/୨୦ମି ପରେ ପଶ୍ଚିମ ଦିଗରେ । ସଂକ୍ରମଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୪/୨୬ମି ପରେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଦିବା ଘ୪/୨୬ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର ।ଘାତ ବାର-ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୪/୫୮ମି ପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- ବିଲ୍ବ (ବେଲ), ଦିବା ଘ୪/୨୦ମି ପରେ ନିମ୍ବ ଭକ୍ଷଣ ନିଷେଧ ।ଅଶୁଭ ବେଳା-(କାଳବେଳା) ଦିବା ଘ୭/୮ମି ରୁ ଘ୮/୨୪ମି ପର୍ଯ୍ୟନ୍ତ ।(ବାରବେଳା) ଦିବା ଘ୨/୪୬ମି ରୁ ଘ୪/୨୯ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୦/୨୨ମି ରୁ ଘ୧୧/୪୩ମି ପର୍ଯ୍ୟନ୍ତ।ଶୁଭ ବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୭ମି ମଧ୍ୟେ, ଘ୧୦/୨୧ମି ରୁ ଘ୧୨/୪୫ମି ମଧ୍ୟେ, ସନ୍ଧ୍ୟା ଘ୬/୫୩ମି ରୁ ରାତ୍ରି ଘ୯/୧୭ମି ମଧ୍ୟେ, ରାତ୍ରି ଘ୧୧/୪୧ମି ରୁ ଘ୨/୫୩ମି ପର୍ଯ୍ୟନ୍ତ, (ମାହେନ୍ଦ୍ର ବେଳା) ଦିବା ଘ୩/୯ମି ରୁ ଘ୪/୪୪ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ପୁଷ୍କର ଦୋଷ ନାସ୍ତି ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଭିକ୍ଷାସିନୀ ମତାନ୍ତରେ ବିପୁତ୍ରା । ଶାନ୍ତି କରଣୀୟ । ଦିବା ଘ୪/୨୦ମି ଗତେ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ- ନାହିଁ ।
🐐ମେଷ👉କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଗୁରୁଜନଙ୍କ ପରାମର୍ଶ କ୍ରମେ କାମ କଲେ ସମସ୍ୟା ସମାଧାନ ହେବ। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।
🐂ବୃଷ👉କର୍ମକ୍ଷେତ୍ରର ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ପାଇବେ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଆର୍ଥିକ ସ୍ଥିତି କମ୍ଜୋର୍ ରହିବ,ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ।
👩❤️👨 ମିଥୁନ👉ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇ ପାରନ୍ତି। ସମସ୍ୟା ଆସିଲେ ମଧ୍ୟ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ଦୋହରାଇଲେ କଳହ ଲାଗିପାରେ। ପୁରାତନ ରୋଗପୀଡା ସାମୟିକ ମନକୁ ବିଷାଦିତ କରିବାର ସୂଚନା ରହିଛି।
🦀କର୍କଟ👉ଆଜି ଦିନଟିରେ ଆପଣଙ୍କ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ତଥା ବନ୍ଧୁମାନଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ ା ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସମ୍ଭାବନା ରହିଛି।
🦁 ସିଂହ👉ଆଜି ଆପଣ ଯାହା ପାଇବାକୁ ଇଚ୍ଛା କରୁଛନ୍ତି ତାହା ନିଶ୍ଚିତ ପାଇପାରିବେ। ଇଚ୍ଛା ନ ଥାଇ ମଧ୍ୟ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧତ୍କାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
🧕କନ୍ୟା👉କାମଗୁଡିକ ଝମେଲା ଭିତରେ ସମ୍ପନ୍ନ ହେବାରୁ ମନରେ ସରସତା ରହିବ ନାହିଁ । ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ କାରଣ ନ ଥାଇ ଦୋଷୀ ହୋଇପାରନ୍ତି। ମନୋଭାବ ବଦଳିଯିବା କାରଣରୁ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ପାଖ ମାଡିବ ନାହିଁ ା। ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ।
⚖️ତୁଳା👉ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ପଡୋଶୀମାନେ ନିଜ ନିଜର ସ୍ବାର୍ଥସାଧାନ ମାନସରେ ମନ ବୁଝିଲା ଭଳି କଥା କହି କାର୍ଯ୍ୟ ହାସଲ କରିବେ। ପୁରୁଣା ରୋଗ, ଘର ଲୋକଙ୍କ ଟୁପ୍ଟାପ୍ କଥା ମନକୁ ବିଚଳିତ କରିବ।
🦂ବିଛା👉କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
🏹ଧନୁ👉ସାମାଜିକ କ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କ ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପଡୋଶୀଙ୍କ ଜରିଆରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।
🐊ମକର👉ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ, କଳା ସାହିତ୍ୟରେ, ପରିବାର ଭିତରେ, ପରିବହନରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ।
🏺କୁମ୍ଭ👉ଅନ୍ୟମାନଙ୍କ ସହ ତୁଳନାକରି ନିଜକୁ ନୂ୍ୟନ ମଣିପାରନ୍ତି। ଅନ୍ୟମାନଙ୍କ ସକାଶେ କାମ ଯେତିକି ସହଜ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଦୁଃଖ ପ୍ରକାଶ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ନୀଚ ବ୍ୟକ୍ତିର ସାହାର୍ଯ୍ୟରୁ ଉପକୃତ ହୋଇପାରନ୍ତି।
🐟ମୀନ👉କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡିପାରେ। ପାରିବାରିକ ସମସ୍ୟା ବିଷୟରେ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ।
🕉️ନୀତିବାଣୀ🕉️
ଏ ସମ୍ପର୍କ ବି ବଡଅଜବ।ବିନା ବିଶ୍ବାସରେ ସମ୍ପର୍କ ଆରମ୍ଭ ହୁଏ ନାହିଁ କି ବିନା ଧୋକାରେ ସମ୍ପର୍କ ଶେଷ ହୁଏ ନାହିଁ।
କର୍ମ ହିଁ ଭଗବାନ ଏକଥା ସମସ୍ତେ ଜାଣିବାପରେ ମଧ୍ଯ ପ୍ରତି କର୍ମରେ ଲୋକେ ନିଜ ସ୍ବାର୍ଥ ରଖି ହିଁ କର୍ମ କରି ଚାଲନ୍ତି।
ନିଜକୁ ଏତେବି ଚିନ୍ତାଗ୍ରସ୍ତ କରାନ୍ତୁ ନାହିଁ …କାରଣ ପରିସ୍ଥିତି ଯେତେ ଖରାପ ହୋଇଥାଉ ନା କାହିଁକି ବଦଳିବ ତ ନିଶ୍ଚୟ ।
ଜୀବନରେ ସବୁକିଛି ଛାଡି ଦେଲେ ବି,ହସ ଆଉ ଆଶା କେବେ ବି ଛାଡ଼ନ୍ତୁ ନାହିଁ। କାରଣ ଏହି ଦୁଇଟାଜିନିଷ ହିଁ ତୁମକୁ ବଞ୍ଚି ରହିବାକୁ ପ୍ରେରଣା ଦେବ।
ଆଜିର ରାଶିଫଳ
Prev Post
