ବାରିପଦା,୨୨।୮(ଏସଏସନିଉଜ)ଟାଉନ୍ ଥାନା SIଙ୍କ ନାଁରେ ଲଭ୍ ସେକ୍ସ ଧୋକା ଅଭିଯୋଗ ଆସିଛି।SI ପ୍ରଭାତ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜନୈକ ମହିଳା।ମହିଳାଙ୍କ ଅଭିଯୋଗଅନୁଯାୟୀ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକସମ୍ପର୍କ ରଖିଥିଲେ।କିଛିବ୍ୟକ୍ତି ସମାଜସେବୀକହି ପ୍ରଭାତଙ୍କ ସହ ବିବାହ କରାଇଥିବା ମଧ୍ୟ ଅଭିଯୋଗ ଆସିଛି।SI ଏବେ ଧରାଛୁଆଁ ଦେଉ ନଥିବାରୁ ଥାନାର ଦ୍ବାରସ୍ଥ ହେଲେ ମହିଳା।ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗପରେ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।SI,ତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।
