୭ଦିନ ଧରି ଚିକିତ୍ସା ସତ୍ତ୍ୱେ ଚାଲିଗଲା ଜୀବନ

ଭୁବନେଶ୍ୱର,୨୭।୮(ଏସଏସନିଉଜ)ଅରିଲୋ ସ୍ଥିତ ଓମଫେଡ କମ୍ପାନୀ ପରିସରରେ ଲିଫ୍ଟରୁ ଖସିପଡ଼ି ଗୁରୁତର ହୋଇ ଚିକିତ୍ସାଧିନ ଥିବା ଠିକା କର୍ମଚାରୀ ଅପୁ ପଣ୍ଡାଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି।ଏହା ଜଣାପଡିବା ପରେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଓମଫେଡ ପ୍ଲାଣ୍ଟ ଆଗରେ ବାରଙ୍ଗ ଥାନାପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ପ୍ରକାଶ ଯେ,ରତାଗଡ଼ ଗ୍ରାମର ନିରଞ୍ଜନ ପଣ୍ଡାଙ୍କର ସାନପୁଅ ଅପୁପଣ୍ଡା(୨୮) ଓମଫେଡ୍ କମ୍ପାନୀରେ ଠିକାକର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।ଶୁକ୍ରବାର ଦିନ ଓମଫେଡ୍ ପ୍ଲାଣ୍ଟର ଲିଫ୍ଟରେ ଯାଉଥିବାବେଳେ ତଳକୁ ଖସିପଡିଲେ।ଯାହାଫଳରେ ତାଙ୍କ ମୁଣ୍ଡରେ ଶକ୍ତଆଘାତ ଲାଗୁଥିଲା।କର୍ମଚାରୀମାନେ ଅପୁଙ୍କୁ ଚିକିତ୍ସାପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଚିକିତ୍ସାସତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିଥିଲା।୭ଦିନଧରି ଜୀବନମରଣର ସଂଘର୍ଷକରି ଶେଷରେ ଗୁରୁବାର ଦିନ ମୃତ୍ୟୁ ଘଟିଥିଲା।
ତେବେ କୌଣସି ଅପ୍ରୀତିକର ପରିସ୍ଥିିତିହେବାର ସମ୍ଭାବନାକୁଦୃଷ୍ଟିରେ ରଖି ପୋଲିସ ପହରା ଓମଫେଡ୍ ପ୍ଲାଣ୍ଟ ଆଗରେ ଲାଗିଥିବାର ଦେଖିବାକୁ ମିଳିଥିଲା।

- Advertisement -

Leave A Reply

Your email address will not be published.