୨୦୨୬ ମସିହା, ସେପ୍ଟେମ୍ବରମାସ, ୧୨ତାରିଖ,ଶନିବାର ।ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କର ଦାବାଗ୍ନି ଲୀଳା, ଦ୍ବିତୀୟାର ଚନ୍ଦ୍ର ଦର୍ଶନପୂଜା ଓ ଅର୍ଘ୍ୟଦାନ,ଋତୁ-ବର୍ଷାଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୮ /୪୪,ଭାଦ୍ରବ ମାସ, ଶୁକ୍ଳପକ୍ଷ,ଶୌରିବାସ,ତିଥି- ପ୍ରତିପଦ ଦିବା ଘ୭/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୧/୨୦ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର ।ଶୁଭଯୋଗ ଦିବା ଘ୪/୧୦ମି ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳଯୋଗ ।କରଣ- ବବକରଣ ଦିବା ଘ୭/୩୦ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ରାତ୍ରି ଘ୭/୬ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୭/୩୦ମି ପରେ ଉତ୍ତର ଦିଗରେ,ଶନିବାର, ପାପସପ୍ତ ଓ ତିଥି ଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, କର୍କର୍ଟ, ସିଂହ, କନ୍ୟା, ବିଛା,ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ବୃଷରାଶିର ଘାତଚନ୍ଦ୍ର ।ଘାତବାର-ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧/୨୦ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ- ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- କୁଷ୍ମାଣ୍ଡ (ପାଣିକଖାରୁ)ଦିବା ଘ୭/୩୦ମି ପରେ ବୃହତି (ବୋଇତାଳୁ) ଭକ୍ଷଣନିଷେଧ ।ଅଶୁଭବେଳା-(କାଳବେଳା) ପ୍ରାତଃ ଘ୫/୩୬ମି ରୁ ଘ୭/୭ମି ମଧ୍ୟେ, ଦିବା ଘ୪/୧୭ମି ରୁ ଘ୫/୪୯ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୧୦/୦ମି ରୁ ଘ୨/୪୨ମି ପର୍ଯ୍ୟନ୍ତ(କାଳରାତ୍ରି) ସୂର୍ଯ୍ୟାସ୍ତ ଘ୫/୪୯ମି ରୁ ଘ୭/୧୫ମି ମଧ୍ୟେ, ରାତ୍ରି ଘ୪/୭ମି ରୁ ନିଶାନ୍ତ ଘ୫/୩୬ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା)ଦିବା ଘ୭/୧୫ମି ରୁ ଘ୯/୩୯ମି ମଧ୍ୟେ, ଘ୧୨/୩ମି ରୁ ଘ୩/୧୫ମି ମଧ୍ୟେ, ଘ୪/୧୩ମି ରୁ ଘ୫/୪୯ମି ମଧ୍ୟେ, ରାତ୍ରି ଘ୧୨/୫୪ମି ରୁ ଘ୨/୩୦ମିପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ରାତ୍ରି ଘ୨/୩୦ମି ରୁ ଘ୩/୧୮ମିପର୍ଯ୍ୟନ୍ତ,ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ,ଫଳଂ କୃଷି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି,ଭୂମି ଓ ତିଳ ସୁବର୍ଣ୍ଣଦାନ,ଦିବା ଘ୭/ ୩୦ମି ପରେ ୩ ପାଦବାର, ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ କୃଷି, ଗୋପଶୁ ସମ୍ପଦ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି,ଭୂମି, ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ ଏବଂ ଦିବା ଘ୧/୨୦ମି ପରେ ୨ ପାଦବାର ଓ ତିଥି ପୁଷ୍କର ଦୋଷ । ଫଳଂ କୃଷି ଓ ଗୋପଶୁ ସମ୍ପଦର ହାନି । ଭୂମି ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସୁଭଗା।ପ୍ରାତଃ ଘ୭/୩୦ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ )ତାପରେ ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)ଶୁଭକର୍ମ- ନାହିଁ ।
🐐ମେଷ👉ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶ କ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ। ପିଲାଙ୍କ ଶିକ୍ଷା ସମ୍ପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
🐂ବୃଷ👉ସମ୍ପର୍କୀୟଙ୍କ ସହଯୋଗ ପାଇ କାମଗୁଡ଼ିକ ସହଜରେ ସମ୍ପନ୍ନ କରିପାରିବେ। କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ ହେବାକାରଣରୁ ପରିବାର ସଦସ୍ୟମାନଙ୍କ ଉପରେ କ୍ରୋଧାନ୍ବିତ ହୋଇପାରନ୍ତି। ଦୂରାଗତ ବନ୍ଧୁଙ୍କ ସହ ଦେଖା ହୋଇ କିଛି ସମୟ ଅଟକି ରହିଯାଇପାରନ୍ତି। ରୋହିଣୀ ନକ୍ଷତ୍ର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଅଯଥା ଆଶଙ୍କା କରିପାରନ୍ତି।
👩❤️👨 ମିଥୁନ👉ବହୁତ ଦିନର ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଭୂମିକା ରହିବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ। ନିର୍ମାଣ, ପ୍ରକାଶନ, ପ୍ରଶାସନ ଓ ସାଙ୍ଗଠନିକ ସ୍ତରରେ ଉପୁଜିଥିବା ସମସ୍ୟା ସମାଧାନ ହୋଇଯିବ। ମୃଗଶିରା ନକ୍ଷତ୍ର ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
🦀କର୍କଟ👉ମାନସିକ ସ୍ଥିତି ବହୁତ ଭଲ ରହିବା ସାଙ୍ଗକୁ ଯେମିତି ଯାହା ଆଶା କରୁଛନ୍ତି, ତାହା ପାଇପାରିବେ। ଅଶ୍ଳେଷା ନକ୍ଷତ୍ର ଆନୁଷ୍ଠାନିକ କାମରେ ସଫଳତା ପାଇବା ସହ ସମ୍ମାନିତ ମଧ୍ୟ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ସଭାସମିତି, ଆଲୋଚନା ଓ ପ୍ରଶାସନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ। ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିନପାରେ।
🦁 ସିଂହ👉ବନ୍ଧୁଙ୍କ ମାଧ୍ୟମରେ ସକାଳୁ ସକାଳୁ କିଛି ଦ୍ୱନ୍ଦ୍ୱାତ୍ମକ ଖବର ମନକୁ ଅସ୍ଥିର କରିଦେଇପାରେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟ ସ୍ବଜନମାନେ ପରୋକ୍ଷ ଭାବେ କଡ଼ା ସମାଲୋଚନା କରିପାରନ୍ତି। ଉତ୍ତରା ଫାଲ୍ଗୁନୀର କୌଣସି କାମ ସ୍ଥିରୀକୃତ ନ ହେବା କାରଣରୁ ମନରେ ଉଦ୍ବେଗ ଭରି ରହିବ।
🧕କନ୍ୟା👉କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜ ଓ ସରଳ ଭାବରେ ଗ୍ରହଣ କରିପାରିବେ ନାହିଁ। ପରିବାରରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ପିଲାମାନଙ୍କ ଅସନ୍ତୋଷଜନକ କାର୍ଯ୍ୟକଳାପ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ। ହସ୍ତା ନକ୍ଷତ୍ର ପୁରାତନ ରୋଗର ପୀଡ଼ାର ପ୍ରାଦୁର୍ଭାବଜନିତ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।
⚖️ତୁଳା👉ସ୍ବାତୀ ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଚେରି ମାମଲା, ଅସମ୍ପୂର୍ଣ୍ଣ କାମ, ବନ୍ଧୁଙ୍କ ସହ ଭୁଲ୍ ବୁଝାମଣାଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢ଼ିପାରେ। ସାହିତ୍ୟ ଚର୍ଚ୍ଚା, ସଭାସମିତି ଏବଂ ଗଣଯୋଗା ଯୋଗ କ୍ଷେତ୍ରରୁ ସଫଳତା ମିଳିବ।
🦂ବିଛା👉ଆଜି ପ୍ରତ୍ୟେକ କାମ ବ୍ୟୟବହୁଳ ହେବ, କିନ୍ତୁ ସମୟାନ୍ତରେ ସଫଳତା ପାଇବେ। ପ୍ରକାଶନ, ପରିବହନ, ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡ଼ିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡ଼ିବ ।
🏹ଧନୁ👉ଉତ୍ତରାଷାଢ଼ା ନକ୍ଷତ୍ରର ସାଧାରଣ ଭୁଲ୍ରୁ ପରିବାରରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ଖର୍ଚ୍ଚଭାର ବୃଦ୍ଧି ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ। ଆଜିର ଯାତ୍ରା, ବାଣିଜ୍ୟ, କଚେରି ମାମଲା ବିଷୟରେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।
🐊ମକର 👉କର୍ମକ୍ଷେତ୍ରରେ ଅଭାବ ଓ ଅନଟନ କାମକୁ ସଙ୍କୁଚିତ କରିଦେଇପାରେ। ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇ ଆଶ୍ୱସ୍ତି ଲଭିବେ। ଶିକ୍ଷା, ପରୀକ୍ଷା, ଶିଳ୍ପ, ବାଣିଜ୍ୟ, ଗବେଷଣା, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା, ଜମିଜମା ସମ୍ପର୍କୀୟ ଆଲୋଚନା ଅମୀମାଂସିତ ରହିଯିବ।
🏺କୁମ୍ଭ👉ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଚୁକ୍ତିପତ୍ର, ବନ୍ଧୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ବିବାଦୀୟ ସ୍ଥିତି, ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି, ଆନୁଷ୍ଠାନିକ କାମ ପ୍ରଭୃତିରେ ସମସ୍ୟା ଆସିପାରେ।
🐟ମୀନ👉ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ପିଲାଙ୍କୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି, ସାହିତ୍ୟ, ବନ୍ଧୁ ସମ୍ପର୍କ ସ୍ଥାପନରେ ଶୁଭଫଳ ପାଇବେ। ଜମିଜମା କ୍ରୟ ବିକ୍ରୟ, ନୃତ୍ୟ ବାଦ୍ୟ ସଙ୍ଗୀତ କ୍ଷେତ୍ରରୁ ଉଚ୍ଚ ସମ୍ମାନ ପାଇପାରନ୍ତି।
🕉️ନୀତିବାଣୀ🕉️
ଏ ଦୁନିଆରେ ସବୁକିଛି ଅସ୍ଥାୟୀ ତେଣୁ କିଛି ପାଇଗଲ ବୋଲି ଏତେବି ଗର୍ବ କରନି,କାରଣ ଦିନେ ନା ଦିନେ ସବୁକିଛି ହରେଇବାକୁ ପଡିଥାଏ।ସବୁବେଳେ ହସିବା ଶିଖ କାରଣ ହସ ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର,ଯାହା ଶତୃର କଠୋର ଓ ନିଷ୍ଠୁର ହ୍ରୁଦୟକୁ ମଧ୍ଯ ପରାଜିତ କରିଥାଏ।
କାହାର ହ୍ରୁଦୟ ଭାଙ୍ଗି କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜର ହ୍ରୁଦୟ ଭାଙ୍ଗିଲା ପରେ ଅନ୍ୟକୁ କ୍ଷମା କରିବା ବହୁତ କଷ୍ଟ।ବିଶ୍ବାସ କରୁଥିବା ଲୋକକୁ ଧୋକା ଭଲ ପାଉଥିବା ଲୋକକୁ ଘୃଣା ସାହାଯ୍ୟ କରିଥିବା ଲୋକକୁ ଭୁଲିଯିବା ଜଣେ ଅମଣିଷ ହି କରିପାରେ।
ଆଜିର ରାଶିଫଳ
Prev Post
