ପାର୍ସଲ୍ ହବରୁ ଚୋରି ଧରିଲା ପୋଲିସ

ଗିରଫ ହଲେ ୩

ମେଣ୍ଢାଶାଳ,୨୯।୯(ଏସଏସନିଉଜ)ମେଣ୍ଢାଶାଳ ସ୍ଥିତ ଇନଷ୍ଟାକାର୍ଟର ପ୍ରତିନିଧି ଦିଲୀପ କୁମାର ଦାସଙ୍କ ଲିଖିତ ଏତଲା ଆଧାରରେ ଚନ୍ଦକା ଥାନାରେ ପାର୍ସଲ୍ ହବ୍ ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ୫୯୨/୨୭ କେସ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୩ ମାସ ଧରି ଭୁବନେଶ୍ୱର ସର୍ଟିଂ ହବ୍ ଦେଇ ଯାଉଥିବା ବିଭିନ୍ନ ପାର୍ସଲରୁ ପ୍ରାୟ ୧ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହେଉଥିଲା। କମ୍ପାନୀ ପକ୍ଷରୁ ସିସିଟିଭି ଯାଞ୍ଚ ଏବଂ ଆଭ୍ୟନ୍ତରୀଣ ତଦନ୍ତ ବେଳେ ଏକ ବଡ଼ ଖୁଲାସା ହୋଇଥିଲା। କମ୍ପାନୀରେ କାମ କରୁଥିବା କିଛି କର୍ମଚାରୀ ଡେଲିଭରୀ ଗାଡ଼ିରେ ପାର୍ସଲ୍ ଲୋଡ୍ କରିବା ସମୟରେ ଅତି ଚତୁରତାର ସହ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବାହାର କରିନେଉଥିଲେ ଏବଂ ଖାଲି ଡବାକୁ ପୁଣିଥରେ ପ୍ୟାକେଟ୍ ଭିତରେ ରଖିଦେଉଥିଲେ ଯାହାଦ୍ୱାରା କେହି ସନ୍ଦେହ କରିପାରିବେ ନାହିଁ।
ଗତ ୨୮.୦୯.୨୦୨୬ ତାରିଖରେ ସିକ୍ୟୁରିଟି ଗାର୍ଡ ଜଣେ କର୍ମଚାରୀଙ୍କୁ ପାର୍ସଲରୁ ସାମଗ୍ରୀ ଚୋରି କରୁଥିବା ବେଳେ ଧରିଥିଲେ। ଏହାପରେ ଏହି ଚୋରି ର‍୍ୟାକେଟ୍ ରେ ସମ୍ପୃକ୍ତ ଥିବା ସତ୍ୟାଂଶୁ ସାହୁ, ଶୁଭଙ୍କର ପ୍ରଧାନ ଏବଂ ରାଜା ସେଠୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଚନ୍ଦକା ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା ବିଭିନ୍ନ ବ୍ରାଣ୍ଡର ଇୟରପଡ୍ ଏବଂ ସ୍ମାର୍ଟୱାଚ୍ ଉଦ୍ଧାର କରି ଜବତ କରିଛି।ସଂଗୃହୀତ ପ୍ରମାଣ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଉକ୍ତ ୩ ଅଭିଯୁକ୍ତ ନୟାଗଡ଼ ଗୋବିନ୍ଦପୁର ଗ୍ରାମର ସତ୍ୟାଂଶୁ ସାହୁ,ଖୋର୍ଦ୍ଧା ସଦରର କାଇପଦର ଗ୍ରାମର ଶୁଭଙ୍କର ପ୍ରଧାନ ଏବଂ ଚାନ୍ଦବାଲି ବରଣିପୁର ଗ୍ରାମର ରାଜା ସେଠୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

- Advertisement -

Leave A Reply

Your email address will not be published.