୨୦୨୬ ମସିହା, ଅକ୍ଟୋବର ମାସ, ୫ ତାରିଖ, ସୋମବାର।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୧/୪୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୮/ ୩୯ ,ଆଶ୍ୱିନମାସ, କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ଦଶମୀ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ରାତ୍ରି ଘ୧୨/୧୧ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ନକ୍ଷତ୍ର ।ଶିବ ଯୋଗ ଦିବା ଘ୧୧/୩୦ମି ପର୍ଯ୍ୟନ୍ତ ତଦନ୍ତେ ସିଦ୍ଧି ଯୋଗ, କରଣ- ବାଣିଜ୍ଯକରଣ ଦିବା ଘ୩/୨୮ମି ପର୍ଯ୍ୟନ୍ତ ତଦନ୍ତ ବିଷ୍ଟିକରଣ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୨/୩୧ମି ପରେ ଆଗ୍ନେୟ କୋଣରେ । ପାପଯୁକ୍ତ ଏବଂ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା, ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଘାତଚନ୍ଦ୍ର ନାହିଁ,ଘାତବାର-ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୧୨/୧୧ମି ପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ ।ନିଷିଦ୍ଧଖାଦ୍ୟ- କଳମ୍ବୀ (କଳମଶାଗ), ରାତ୍ରି ଘ୨/୩୧ମି ପରେ ଶିମ୍ବିକା (ଶିମ୍ବ)/ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା) ଦିବା ଘ୭/୧୧ମି ରୁ ଘ୮/୩୮ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୨/୨୮ମି ରୁ ଘ୩/୫୬ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧୦/୧ମି ରୁ ଘ୧୧/୩୩ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ପ୍ରାତଃ ରୁ ଦିବା ଘ୭/୨୦ମି ମଧ୍ୟେ, ଘ୮/୫୬ମି ରୁ ଘ୧୧/୨୦ମି ମଧ୍ୟେ, ରାତ୍ରି ଘ୭/୪୬ମି ରୁ ଘ୧୦/୫୮ମି ମଧ୍ୟେ, ଘ୨/୧୦ମି ରୁ ଘ୨/୫୮ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ନାହିଁ ।ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ପୁଷ୍କର ଦୋଷନାହିଁ,ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ ବନ୍ଧ୍ୟା । ରାତ୍ରି ଘ୧୨/୧୧ମି ପରେ ସମ୍ବତ୍ସର ଗଣ୍ଡଦୋଷ,ଫଳଂ ସ୍ତ୍ରୀ ବିଧବା । ଘୃତକାଂସ୍ଯପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ,ଶାନ୍ତି କରଣୀୟ। ରାତ୍ରି ଘ୨/୩୧ମି ଗତେ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ନାହିଁ ।
🐐ମେଷ👉ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ। ସାହିତ୍ୟ, ରଚନାମତ୍କ କାର୍ଯ୍ୟ, ପ୍ରତିଯୋଗିତାରେ ସଫଳତା ମିଳିବ। ଋଣ ପରିଶୋଧର ଦୁଶ୍ଚିନ୍ତାରେ ସାମୟିକ ଚିନ୍ତିତ ରହିପାରନ୍ତି।
🐂ବୃଷ👉ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ଫେରନ୍ତା ବାଟରେ ସାଧାରଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ ସ୍ଥଗିତ କାମକୁ ସମ୍ପନ୍ନ କରିବେ, କିନ୍ତୁ ବ୍ୟବସାୟିକ କ୍ଷେତ୍ର ସମସ୍ୟାବହୁଳ ରହିବ। ଅଧିକାଂଶ ସମୟ ଘର ସାଜସଜ୍ଜାରେ କିମ୍ବା ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି।
👩❤️👨 ମିଥୁନ👉ସବୁ ସୁବିଧା ଥାଇ ମଧ୍ୟ ପରିବାରରେ ସମସ୍ୟା ଲାଗି ରହିବା ଯୋଗୁ କେତେକ କାମ ଅଟକି ରହିଯିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ। ହୋଟେଲ, ଛୋଟ ଦୋକାନୀ, ଲାଭବାନ୍ ହେବେ। ପୂର୍ବ ବିବାଦରୁ ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବ। ପିଲାଙ୍କ ସମସ୍ୟାକୁ ନେଇ ବିରସ ମନରେ ରହିପାରନ୍ତି।
🦀କର୍କଟ👉ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବା ଯୋଗୁ ମନସ୍ତାପ କରିପାରନ୍ତି। ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ଯୋଗାଯୋଗ କରିବେ। ଗତକାଲିର ଯୋଜନାକୁ ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ବ୍ୟବସାୟ, ପରିବହନ ଏବଂ ଆନୁଷ୍ଠାନିକ କାମରେ ଅସୁବିଧା ହେବନାହିଁ।
🦁 ସିଂହ👉କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିପାରନ୍ତି। ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତା ଯୋଗୁ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
🧕କନ୍ୟା👉ବିଭିନ୍ନ ପ୍ରକାରର ସମସ୍ୟା କାରଣରୁ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିବ। ଦୂରସ୍ଥ ଆମତ୍ୀୟଙ୍କ ଅଶୌଚ ଖବର ଶୁଣି ବିସ୍ମିତ ହୋଇପାରନ୍ତି। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବିତ ହୋଇପାରେ। ନିଜ ପରିବେଶରେ ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
⚖️ତୁଳା👉କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ଅର୍ଥ ଲାଭ ହେତୁ ଖୁସି ରହିବେ। ହିତୈଷୀ ବନ୍ଧୁଙ୍କ ମଧ୍ୟସ୍ଥତାରେ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ।
🦂ବିଛା👉ପରୋକ୍ଷଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା କାର୍ଯ୍ୟରେ ବିଳମ୍ବ ଘଟିବାର ଆଶଙ୍କା ରହିଛି। ସଭାସମିତିକୁ ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାହିତ୍ୟ ଚର୍ଚ୍ଚା, ନୂତନ ବନ୍ଧୁତ୍ୱ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ପାଇବେ।
🏹ଧନୁ👉ଭୁଲ୍ ବୁଝାମଣା କାରଣରୁ ପରିବାରର ସଦସ୍ୟମାନେ ଆପଣଙ୍କୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିପାରେ। ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ।
🐊ମକର👉ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ସାଙ୍ଗକୁ ଅର୍ଥ ପ୍ରାପ୍ତିର ଆଶା ପୂରାମାତ୍ରାରେ ରହିଛି। ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ମତାନ୍ତରଜନିତ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ସହ ବୁଝାମଣା ଠିକ୍ ରହି ନ ପାରେ। ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସହାୟତା ପାଇବାର ସୂଚନା ରହିଛି।
🏺କୁମ୍ଭ👉କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମଟି ଅଟକି ରହିବ ନାହିଁ। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ହଠାତ୍ ଯାତ୍ରା କରିବାକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିପାରେ। ପାରିବାରିକ ସ୍ତରରେ ଘଟଣାଚକ୍ରରେ ପଡ଼ି ମିଥ୍ୟା କହିବାକୁ ବାଧ୍ୟ ହୋଇପାରନ୍ତି।
🐟ମୀନ👉ପଡ଼ୋଶୀ କିମ୍ବା ନିଜ ଆମତ୍ୀୟମାନଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇ କାମ ହାସଲ କରିବେ। ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ହରାଇ ପାରନ୍ତି। ଈର୍ଷା କରୁଥିବା ଲୋକ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେନାହିଁ। ପାରିବାରିକ ବିବାଦ ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।
🕉️ନୀତିବାଣୀ🕉️
ଏମିତି ସମୟ ଆସିଥିଲା ଦିନେ
ସୁଖ ଦୁଃଖ ହେବା ପାଇଁ,
ଅଦିନ ବରଷା ଭାଙ୍ଗି ଦେଇଗଲା
ମନ ମୋର ଭଲ ନାହିଁ…
ଅର୍ଥ ପଛରେ ନ ଗୋଡେଇବା ଆପଣ ପଶୁପକ୍ଷୀ ମାନଙ୍କଠାରୁ ଶିଖି ପାରିବେ।ଯେଉଁଠାରେ ବାସକଲେ ଶିକ୍ଷା ସ୍ବାସ୍ଥ୍ୟ ସଭ୍ୟତା ଏବଂ ସମ୍ମାନ ଲାଭର ସୁବିଧା ନଥାଏ ସେଠାରେ ବାସ କରିବା ଠିକ୍ ନୁହେଁ ।ନିଜ ଲଢେ଼ଇ ନିଜକୁ ହିଁ ଲଢ଼ିବାକୁ ପଡ଼ିବ କାହିଁକିନା ଲୋକେ କେବଳ Advice ଦିଅନ୍ତି ସାଥ୍ ନୁହେଁ।
