ବାତ୍ୟା ଆନ୍ଧ୍ର ଦେଇ ଓଡ଼ିଶା ଆସିବ

ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୫।୧୦(ଏସଏସନିଉଜ)ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ସୂଚନା ଦେଇଛନ୍ତି ସରକାର।ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ ବାତ୍ୟା ପାଇଁ ଓଡ଼ିଶାର ୫ ଜିଲ୍ଲା ବେଶୀ ପ୍ରଭାବିତ ହୋଇପାରେ।ଏହି ୫ ଜିଲ୍ଲା ହେଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି।ଏହି ୫ ଜିଲ୍ଲାକୁ କ୍ୟାଟେଗୋରୀ-୧ରେ ରଖି ପ୍ରସ୍ତୁତି କରିଛୁ।କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ କ୍ୟାଟେଗୋରୀ-୨ରେ ରଖିଛୁ।
ଆନ୍ଧ୍ରକୁ ପ୍ରବେଶ ପରେ ଓଡ଼ିଶାକୁ ପ୍ରବେଶ କରିବ ବାତ୍ୟା।ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ପ୍ରବଳ ବର୍ଷା ହେବ।ଏହାପରେ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରି ଛତିଶଗଡ଼ ଯିବ।ଛତିଶଗଡ଼ରୁ ପୁଣି ଟର୍ଣ୍ଣ କରି ଝାଡ଼ଖଣ୍ଡ ଆଡ଼କୁ ଯିବ।ଛତିଶଗଡ଼କୁ ଯିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ।ଛତିଶଗଡ଼ରେ ବର୍ଷା ହେଲେ ପାଣି ମହାନଦୀକୁ ଆସିବ।ତେଣୁ ପାଣି ରିଲିଜ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।ଝାଡ଼ଖଣ୍ଡରେ ବର୍ଷା ହେଲେ ମୟୂରଭଞ୍ଜ, ବାଲେଶ୍ବର ପ୍ରଭାବିତ ହେବ।

- Advertisement -

Leave A Reply

Your email address will not be published.