ଉଦଘାଟନ ହେଲା ସେକ୍ଟରସ୍ତରୀୟ ଯୋଗ ପ୍ରତିଯୋଗିତା

କଟକ,୨୬।୧୦(ଏସଏସନିଉଜ)ମୁଣ୍ଡଳିସ୍ଥିତ ସିଆଇଏସଏଫର ପଡ଼ିଆରେ ସେକ୍ଟର ସ୍ତରୀୟ ଯୋଗ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ସୋମବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବ ଭାରତର ଏକ ପ୍ରମୁଖ ପ୍ରଶିକ୍ଷଣ ପ୍ରତିଷ୍ଠାନ ହୋଇଥିବାରୁ ଯେଉଁଠୀ ସିଆଇଏସ ଏଫର ର ନୂତନ ନିଯୁକ୍ତ କର୍ମଚାରୀ, କାର୍ଯ୍ୟରତ କର୍ମଚାରୀ ଏବଂ ବିଭିନ୍ନ ରାଜ୍ୟ ପୋଲିସର ନୂତନ ନିଯୁକ୍ତ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି । ଏହି ପ୍ରତିଯୋଗିତା ରେ ସମଗ୍ର ଭାରତରୁ ସିଆଇଏସଏଫର ୧୧ଟି ସେକ୍ଟରରୁ ମୋଟ ୬୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ସୋମବାର ଠାରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯବାନ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଓ ପାରସ୍ପରିକ ସହଯୋଗ ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ ସେକ୍ଟରରୁ ଏପରି ନୂତନ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା, ଯେଉଁମାନେ ଭବିଷ୍ୟତରେ ସିଆଇଏସଏଫର ଦଳର ପ୍ରତିନିଧିତ୍ବ କରି ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

- Advertisement -

Leave A Reply

Your email address will not be published.