ଅକ୍ଟୋବର ମାସ ୨୯ ତାରିଖ ୨୦୨୬ ମସିହା (ଗୁରୁବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୧୦/୪୬ ଗତେ ପଞ୍ଚମୀ,ନକ୍ଷତ୍ର- ରୋହିଣୀ ଦିବା ଘ୧୨/୨୦ ଗତେ ମୃର୍ଗଶିରା,ସୂର୍ୟୋଦୟ- ପ୍ରାତଃ ଘ୦୫/୫୧/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨ /୨୨ ,ଯୋଗିନୀ ନୈରୁତେ ରାତ୍ରି ଘ୧୦/୪୬ ଗତେ ଦକ୍ଷିଣେ,ବିଛା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୨୦ଗତେ ଘ୦୫/୧୪ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୫ମଧ୍ୟେ ଓ ଘ୦୧/୫୦ ଗତେ ଘ୦୨/୧୯ ମଧ୍ୟେ ଓ ରାତ୍ରି ଘ୦୬/୦୦ ଗତେ ଘ୦୯/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ମୂଳା ଭକ୍ଷଣ ନିଷେଧ।
ମେଷ-ଏହି ରାଶିର ଲୋକମାନଙ୍କପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧିପାଇବ,ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ,ସାସଂରିକ ଜିବନ ଆନନ୍ଦଭରା ରହିବ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ,ପାରିବାରିକ ଶାନ୍ତି ମିଳିବ, କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ,ମହିଳା ଓ ଛାତ୍ରଛାତ୍ରୀ ମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
କର୍କଟ–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ,ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ,ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ସିଂହ– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦାପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
କନ୍ୟା– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣ କରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକକ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ତୁଳା–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
ବିଛା–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକବୃଦ୍ଧି ହେବ, ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତମାନେ ଶୁଭଫଳ ଅଧିକ ପାଇବେ । ମହିଳା ମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
ଧନୁ–ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ,କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ,ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ମକର– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ,ବ୍ୟବସାୟରେ ଲାଭ କମ ହେବ,ଅଯଥା ବ୍ଯୟ ଯୋଗ ରହିଛି।
କୁମ୍ଭ–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷାପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ,ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
ମୀନ–ଆଜି ଦେହମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ,କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ।ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଆଜିର ରାଶିଫଳ
Prev Post
