ଭୁଜାଲିରେ ଆକ୍ରମଣ , ହତ୍ୟା ଅଭିଯୋଗରେ୨ ଅଟକ

0 219

ଭଦ୍ରକ,୮/୮(ଏସ.ଏସ.ନିୟୁଜ)ପୂର୍ବ ଶତ୍ରୁତା ଓ ଟଙ୍କା ନେଣ ଦେଣକୁ ନେଇ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଢ଼ା ଗାଁ ରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ଷଣ୍ଢଗଡା ଗାଁ ର ଧୁଶାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁ ର ଗୋଟିଏ ପରିବାର ରୁ ୪ରୁ ୫ଜଣ ଆକ୍ରମଣ କରିଥିଲେ l  ପ୍ରଥମେ ଚିଙ୍ଗୁଡ଼ି ପ୍ଲାଣ୍ଟ ପାଖରେ ମାଡ ମାରି ନିଜ ଘରକୁ ଟେକିନେଇଥିଲେ ଓ ସେଠାରେ ଭୁଜାଲି ଓ ଲୁହା ରଡ ରେ ମରଣାନ୍ତକ  ଆକ୍ରମଣ କରି ଲହୁ ଲୁହାଣ କରି ଗାଁ ରାସ୍ତାରେ ଫୋଫାଡୀ ଦେଇଥିଲେ ବୋଲି ଥାନାରେ ହୋଇଥିବା ଅଭିଯୋଗରେ ଦର୍ଶଯାଇଛି l  ପରିବାର ଲୋକ ଜାଣିବା ପରେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲ ନେଇଥିଲେ  l ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଲେଖ ର ମୃତ୍ୟୁ ହେଇଥିଲା l ତେବେ ମୃତ ଅଲେଖ ସ୍ତ୍ରୀ ବାପା ବାଂଶଡା ଥାନାରେ ଏନେଇ ଅଭିଯୋଗ କଲାପରେ ପୋଲିସ ଦି ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି l

Leave A Reply

Your email address will not be published.