ମୁଡ୍ ଅଫ୍ ଦି ନେସନ ସର୍ଭେରେ ୬ଷ୍ଠରେ ନବୀନ

0 259

ନୂଆଦିଲ୍ଲୀ ୮/୮(ସତ୍ୟସନ୍ଧାନଡେସ୍କ) ଟିଭି ଚ୍ୟାନେଲ ଆଜତକ୍ ପକ୍ଷରୁ ମୁଡ୍ ଅଫ୍ ଦି ନେସନ ଜାଣିବା ଲାଗି କରାଯାଇଥିଲା ସର୍ଭେ । ରାଜ୍ୟ ସରକାର ଙ୍କ ଶାସନ ବ୍ୟବସ୍ଥା କୁ ନେଇ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା। ୧୫ରୁ ୨୭ ଜୁଲାଇ ମଧ୍ୟରେ ହୋଇଥିବା ଏହି ସର୍ଭେରେ ୧୯ ରାଜ୍ୟର ମୋଟ ୯୭ ଲୋକସଭା ଓ ୧୯୪ ବିଧାନସଭା ଆସନକୁ  ୧୨,୦୨୧ ଜଣ ସାମିଲ ହୋଇଥିଲେ। ବିଭିନ୍ନ ରାଜ୍ୟ ସରକାରଙ୍କ କାମକୁ ନେଇ କରାଯାଇଥିଲା ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ସ୍ଥାନରେ ରହିଛନ୍ତି ।ଆଜତକ୍ ସର୍ଭେ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦେଶର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି।  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୯ ପ୍ରତିଶତ ଲୋକଙ୍କର ଲୋକପ୍ରିୟତା ଦୃଷ୍ଟିରୁ ସେ ୪ର୍ଥ ସ୍ଥାନରେ ରହିଛନ୍ତି ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୁଗ୍ମ ଭାବେ ୫ମ ସ୍ଥାନରେ ରହିଛନ୍ତି। ଷଷ୍ଠ ସ୍ଥାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି।  ସପ୍ତମ ସ୍ଥାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ , ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ , ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ , ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ  ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ଯୁଗ୍ମ ଭାବେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଆଜତକ୍ ପକ୍ଷରୁ କାର୍ଭି ଇନସାଇଟ୍ସ ଲିମିଟେଡ୍ ସର୍ଭେ କରିଥିଲା ।

 

Leave A Reply

Your email address will not be published.