ପୁଣି ୧୩୪୧ ନୂଆ ଆକ୍ରାନ୍ତ

0 290

ଭୁବନେଶ୍ୱର,୧୧/୮ (ଏସ ଏସ ନିୟୁଜ ) ପୁଣି ୨୯ ଜିଲ୍ଲାରୁ ଆଉ ୧୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୮୧୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୨୩ ସ୍ଥାନୀୟ ମାମଲା ରହିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୨୭ ଓ ଖୋର୍ଦ୍ଧାରୁ ୨୧୮ ପଜିଟିଭ୍ ବାହାରିଛି।ସେହିପରି ସୁନ୍ଦରଗଡ଼ରୁ ୯୧, ଭଦ୍ରକରୁ ୮୩, କଟକରୁ ୭୬, ରାୟଗଡ଼ାରୁ ୭୫, ଝାରସୁଗୁଡ଼ାରୁ ୬୭, ନୟାଗଡ଼ରୁ ୫୭, ବରଗଡ଼ରୁ ୫୬, ବାଲେଶ୍ୱରରୁ ୫୪, କୋରାପୁଟରୁ ୪୫, କେନ୍ଦ୍ରାପଡ଼ା ଓ ବଲାଙ୍ଗୀରରୁ ୨୭ ଲେଖାଏଁ, ସମ୍ବଲପୁରରୁ ୨୬, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଗଜପତିରୁ ୨୦, ମାଲକାନଗିରିରୁ ୧୭, ପୁରୀ, କନ୍ଧମାଳ ଓ ଜଗତସିଂହପୁରରୁ ୧୬ ଲେଖାଏଁ, ଯାଜପୁରରୁ ୧୫, ସୋନପୁର ଓ ଢେଙ୍କାନାଳରୁ ୧୪ ଲେଖାଏଁ, ବୌଦ୍ଧରୁ ୧୦, ମୟୂରଭଞ୍ଜରୁ ୯, ନୂଆପଡ଼ାରୁ ୭, ନବରଙ୍ଗପୁରରୁ ୬ ଓ ଅନୁଗୁଳରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସୁଦ୍ଧା ମୋଟ ୬,୯୨,୩୦୧ ଜଣଙ୍କର ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୩୩,୦୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୪୨୭ ଆକ୍ଟିଭ ମାମଲା ରହିଛି।ଏହି ନୂଆ ଆକ୍ରାନ୍ତ କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୭୯୬ ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.