ସିବିଆଇ ତଦନ୍ତ କରିବ ସୁଶାନ୍ତ ସିଂ ମୃତ୍ୟୁ ମାମଲା

0 508

ନୂଆଦିଲ୍ଲୀ,୧୯ /୮ (ସତ୍ୟସନ୍ଧାନ ଡେସ୍କ ) ସିବିଆଇ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ କରିବା ନେଇ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସ ସହଯୋଗ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ କୌଣସି ନୂଆ ଏତଲା ଦାୟର ହେଲେ ସିବିଆଇ ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହିଥିବା ବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହିତ ଆହୁରି ଅନେକ ଲୋକ ଏହା ଉପରେ ପ୍ରଶ୍ନ ଉଠାଇଥିବା ବିଷୟ ରାୟ ଦେବା ବେଳେ ସୁପ୍ରିମକୋର୍ଟ କହିଥିଲେ ।ମୁମ୍ବାଇ ପୋଲିସ ସେମାନଙ୍କୁ ସହଯୋଗ କରୁନଥିବା ଦର୍ଶାଇ ସୁଶାନ୍ତଙ୍କ ବାପା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ କରାଇବାକୁ ମଧ୍ୟ ଅନୁରୋଧ କରିଥିଲେ।

Leave A Reply

Your email address will not be published.