ସ୍କୁଲ ଖୋଲିବା ପାଇ ନୂଆ ନିୟମ ଆସିପାରେ !

0 326

ନୂଆଦିଲ୍ଲୀ,୧୯/୮( ସତ୍ୟସନ୍ଧାନଡେସ୍କ ) ମହାମାରୀକରୋନା ଧୀରେ ଧୀରେ ତାର କାୟା ବିସ୍ଫ୍ତାର କରିଚାଲିଛି ।ଛାତ୍ରଛାତ୍ରୀମାନେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ଯାହାଫଳରେ ପିଲାମାନଙ୍କ ପାଠପଢ଼ା ଉପରେ ପ୍ରଭାବ ପକାଇଛି । କରୋନା ପାଇ ସ୍କୁଲ ବନ୍ଦ ରହିଛି ।ତେବେ ସେପ୍ଟେମ୍ବର ପହିଲାରୁ ନଭେମ୍ବର ଯାଏଁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ପକ୍ଷରୁ ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ।ସ୍କୁଲ କିପରି ଓ କେବେ ଖୋଲିବ ସେନେଇ ରାଜ୍ୟ ସରକାରଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଛଡ଼ାଯିବା ସହ ଚଳିତ ମାସ ଶେଷ ସୁଦ୍ଧା ଜାରି ହେବାକୁ ଥିବା ଅନଲକ ଗାଇଡ଼ ଲାଇନରେ ଏହି ସୂଚନା ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.