ମୁକ୍ତାକାଶ ରୁ ମୁକ୍ତହେଲେ

0 351

ଭୁବନେଶ୍ୱର.୨୩/୧୧-  ମୁକ୍ତାକାଶ ରୁ ମୁକ୍ତ ହେଲେ ,ନୁଆକରି ସଂସାର କରିବେ । ନେଇଥିବା ପ୍ରଶିକ୍ଷଣ ଆଗେଇବାର ରାହା ଦେଖାଇବ । ମାର୍ଜିତ ଆଚାର ବ୍ୟବହାର ର ମାପକାଠି ଅନ୍ୟମାନଙ୍କୁ ଆପଣାର କରିବାର ପଥପଦର୍ଶକ ସାଜିବ । ଅଧୁରା ସ୍ୱପ୍ନକୁ ସାକାର କରିବାପାଇଁ ଜୀବନ ସହ ସଂଗ୍ରାମ କରିବାର ସଙ୍କଳ୍ପନେଇ ନିଜ ଘରକୁ ପ୍ରତ୍ୟାବର୍ତନ କରିଛନ୍ତି ପାଂଚଜଣ କଏଦୀ । ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ ତିନିଦିନ ମଧ୍ୟରେ ମୁକ୍ତହୋଇଚନ୍ତି ପାଂଚଜଣ କଏଦୀ । ଗୁରୁବାରଦିନ ୨୦୧୦ମସିହାରେ ଭୁବନେଶ୍ୱର ସ୍ୱତନ୍ତଜେଲରୁ କାରାଶ୍ରମକୁ ଆସିଥିବା ଦିପକ କୁମାର ସାହୁ ଓ ୨୦୧୨ମସିହାରେ ଚୈ÷ାଦ୍ୱାର ସର୍କଲ ଜେଲ୍ରୁ ଆସିଥିବା ଅସଗର୍ ଖାଁ କୁ ଖଲାସ କରାଯାଇଛି । ଶୁକ୍ରବାରଦିନ ୨୦୧୨ମସିହାରେ କୋରାପୁଟ ସର୍କଲଜେଲରୁ କାରାଶ୍ରମକୁ ଆସିଥିବା ମନୋଜକୁମାରପାଢୀ ଓ ୨୦୧୮ମସିହାରେ କେଉଁଝର ଜିଲ୍ଲାକାରାଗରରୁ ଆସିଥିବା ମଙ୍ଗଳସିଂ ମୁଣ୍ଡାକୁ ଖଲାସ କରାଯାଇଛି । ଶନିବାରଦିନ ୨୦୧୮ମସିହାରେ ରାଉରକେଲାର ସ୍ୱତନ୍ତଜେଲରୁ କାରାଶ୍ରମକୁ ଆସିଥିବା ଧାମା ମିଞିଆଙ୍କୁ ଖଲାସ କରାଯାଇଛି । ଏହି ପାଂଚଜଣ କଏଦୀ ନରହତ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ଥ ହୋଇ ୧୨ବର୍ଷର ସଜ୍ଜା କାଟିସାରିବାପରେ କାରାଶ୍ରମକୁ ଆସିଥିଲେ । ଏଠାରେ ସେମାନଙ୍କୁ ଆମ୍ନିର୍ଭରଶୀଳ ହେବାପାଇଁ କାରାଶ୍ରମ ତରଫରୁ ବିଭିର୍ଣପ୍ରକାର ପ୍ରଶିକ୍ଷଣ ଦିଆଯାଇଥିଲା । ସେମାନଙ୍କର ଚାଲିଚଳନ,ଆଚାରବ୍ୟବହାରରେ ପରିବର୍ତନ ହେବାର ଲକ୍ଷ କରାଯିବାପରେ କାରାଶ୍ରମ ପକ୍ଷରୁ ସେମାନଙ୍କୁ ମୁକ୍ତ କରିବାପାଇଁ ସୁପାରିଶ କରାଯାଇଥାଏ । ରାଜ୍ୟପାଳଙ୍କ ଅନୁମୋଦନ ମିଳିବାପରେ ସେମାନଙ୍କୁ ମୁକ୍ତ କରାଯାଇଥାଏ । ଏବେ କାରାଶ୍ରମରେ ୭୦ଜଣ ଅନ୍ତେବାସୀ ଅଛନ୍ତି ।

Leave A Reply

Your email address will not be published.