ଏ.ଆଇ.କେ.କେଏମ.ଏସ ପକ୍ଷରୁ ଗ୍ରାମିଣ ଭାରତ ବନ୍ଦ

0 3,636

ଡେଲାଙ୍ଗ ୨୫/୯(ଏସ॰ଏସ ନିୟୁଜ)ଏ.ଆଇ.କେ.ଏସ.ସି.ସି ଆହ୍ୱାନରେ ଗ୍ରାମୀଣ ଭାରତ ବନ୍ଦ ଉପଲକ୍ଷେ ଡେଲାଙ୍ଗ ବେରବୋଇ ଠାରେ ଅଲଇଣ୍ଡିଆ କିଷାନ କ୍ଷେତ ମଜଦର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ସଭାରେ ସଂଗଠନର କର୍ମକର୍ତ୍ତା ମାନେ ହାତରେ ପ୍ଲାଗକାର୍ଡ ଧରୀ ଚାହୀ ବିରୋଧୀ ଅଧ୍ୟାଦେଶ ଗୁଡିକୁ ଯେଉଁଭଳି ଭାବେ ଆଇନରେ ପରିଣତ କରାଯାଇଛି ତାହା ବୋରୋଧରେ ଶ୍ଲୋଗାନ ଦେଇଥିଲେ । ଏହି ପ୍ରଦିବାଦ ସଭାରେ ସଂଗଠନର ରାଜ୍ୟ ସଂମ୍ପାଦକ ତଥା ଏସ.ୟୁ.ସି.ଆଇ ନେତା କମ୍ରେଡ ରଘୁନାଥ ଦାଶ ଯୋଗଦେଇ ଦିର୍ଘ ୬୫ ବର୍ଷ ଧରି ୧୯୫୫ ମସିହାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନ କରି ଚାଉଳ,ଡାଲି,ଆଳୁ, ପିଆଜ,ଖାଇବା ତେଲ ଆଦି ୨୦ଟି ଆବଶ୍ୟକ ଜିନିଷ ଉପରେ ସରକାରଙ୍କର ଯେଉଁ ନିୟନ୍ତ୍ରଣ ଥିଲା । ଏହି ସଂଶୋଧନ ଆଇନ ଦ୍ୱାରା ସରକାର ନିୟନ୍ତ୍ରଣ ହରାଇଛନ୍ତି । ଏହା ସହିତ ଜିନିଷ ବିକ୍ରୀ ଓ ଖରିଦ କରିବା ଅଧିକାର ବଡବଡ ବ୍ୟବସାୟୀ ଓ କର୍ପୋରେଟ ମାନଙ୍କୁ ଦିଆଯାଇଛି । ଏହା ଦ୍ୱାରା ଦେଶରେ ଗୁରୁତ୍ତର ଖାଦ୍ୟ ସଙ୍କଟ ହେବ ବୋଲି ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାଶ ମତପ୍ରକାଶ କରିଛନ୍ତି । ସେହିଭଳି ଚୁକ୍ତି ଚାଷ କଣ୍ଟ୍ରାଟ ପାର୍ମଙ୍ଗ ,ଆଇନ ଦ୍ୱାରା ଚାଷୀକୂଳ ଅଧିକ ଋଣ ଗ୍ରସ୍ତ ହେବେ ଓ ଶେଷରେ ଚାଷୀ ମାନଙ୍କ ଜମି କର୍ପୋରେଟ ଓ ପୁଞିପତି ମାନେ ହାତେଇବେ । ସବୁଠାରୁ ମରାତ୍ମକ ଆଇନ ହେଉଛି ପ୍ରଇଭେଟ ମଣ୍ଡି ଆଇନ । ସରକାର ଚାଷୀ ମାନଙ୍କ ଉତ୍ପାଦିତ ଶସ୍ୟର ଉପଯୁକ୍ତ ମୂଲ୍ୟ ଦେଉନଥିବା ବେଳେ ଚାହୀ ମାନେ ବାଦ୍ୟ ହୋଇ ଅଭାବି ବିକ୍ରୀ କରୁଛନ୍ତି ।ବଡବଡ ବ୍ୟବସାୟୀ ମାନେ ମଣ୍ଡି ଖୋଲି ଦର ନିୟନ୍ତ୍ରଣ କରିବେ । ଏହିାଦ୍ୱାରା ଚାଷୀ କୂଳ ସର୍ବନାଶ ହେବ ବୋଲି ଦର୍ଶାଇ ଏହି ସମସ୍ତ ଚାହୀ ବିରୋଧି ଆଇନ ଗୁଡିକୁ ବାତିଲ କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ ଦାବୀ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲାସଭାପତି କମ୍ରେଡ ଗଙ୍ଗାଧର ପ୍ରଧାନ,ବ୍ଲକ ସଭାପତି ଦିନବନ୍ଧୁ ପରିଡା, ସମ୍ପାଦକ ବଟକୃଷ୍ଣ ସ୍ୱାଇଁ,ତ୍ରୀନାଥ ପ୍ରଧାନ,ପୂର୍ବତନ ସରପଂଚ ରାଜକିଶୋର ଆଳୁକ,ଗୋଲଖ ବରାଳ,ପଦ୍ମଚରଣ ଜେନା ପ୍ରମୁଖ ଆନ୍ଦୋଳନକୁ ଶକ୍ତିଶାଳି ଭାବେ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ ।
ଡେଲାଙ୍ଗରୁ ଚିତରଂଜନ ଜେନାଙ୍କ ରିପୋର୍ଟ ।

Leave A Reply

Your email address will not be published.