ବିଡ଼ିଓ ଙ୍କୁ ବିଦାୟୀ ସମ୍ଵର୍ଦ୍ଦନା

0 2,724

ସାକ୍ଷୀଗୋପାଳ, ୪/୧୦(ଏସ. ଏସ . ନିଉଜ)ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ରବିବାର ବିଡ଼ିଓ ସରୋଜ କୁମାର ଦତ୍ତ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ପଞ୍ଚାୟତ ସମିତି ଅଧକ୍ଷା ସସ୍ମିତା ପ୍ରଧାନ ଙ୍କ ପୌରହିତରେ ଆୟୋଜିତ ସଭାରେ ଉପାଧ୍ୟକ୍ଷ ବିକ୍ରମ ଯେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେଵାଶିଷ ରାୟ, ଏବିଡିଓ ସିରଦା ପ୍ରସନ୍ନ ମହାନ୍ତି, ସହକାରୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ଶତପଥି, ଜିପିଓ ମଣ୍ଟୁ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଦିବଗଂତ ବିଧାୟକ ମହାରଥୀ ଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ଵକ ନିରବ ପ୍ରାର୍ଥନା କରାଯାଇଥିଲା। ବିଡ଼ିଓ ଙ୍କ କାର‌୍ୟ୍ୟଦକ୍ଷତା ସମ୍ପର୍କରେ ସରପଞ୍ଚ ବିଷ୍ଣୁ ପ୍ରିୟା ଦାଶ, ନିରଞ୍ଜନ ମହାରୀ, ପ୍ରକାଶ ଖଟେଇ, ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ। ସେହିପରି ଦିବାକର ମହାପାତ୍ର, କିଶୋର ଚନ୍ଦ୍ର କର ଓ ରାମଚନ୍ଦ୍ର ସାମର୍ଥା କର୍ମଚାରୀଙ୍କୁ ଅବସର କାଳୀନ ସମ୍ଵର୍ଦ୍ଦନା ଦିଆଯାଇଛି। (ସାକ୍ଷୀଗୋପାଳରୁ କାଳୀପ୍ରସାଦ ମହାପାତ୍ର ଙ୍କ ରିପୋର୍ଟ)

Leave A Reply

Your email address will not be published.