କୋଭିଡ ହସ୍ପିଟାଲରେ ନାଗସାପ

0 3,882

ମେଣ୍ଢାଶାଳ,୮/୧୦(ଏସ୍‌ଏସ୍‌ନିୟୁଜ)ଜାମୁଝରୀଠାରେ ରହିଛି ମହାତ୍ମାଗାନ୍ଧୀ ଜେଲଏକାଡେମୀ । ଏହି ଜେଲଏକାଡେମୀ ଗତକଛିଦିନ ହେବ କୋଭିଡ ହସ୍ପିଟାଲର କାର୍ଯ୍ୟ କରୁଛି । ହସ୍ପିଟାଲର ପରିସର ଷ୍ଟାପ ବିଶ୍ରାମକକ୍ଷରୁ ଏକ ନାଗସାପ ବୁଲୁଥିବାର ଗୁରୁବାରଦିନ କିଛି କର୍ମଚାରୀାମନେ ଦେଖିବାକୁ ପାଇଥିଲେ । ଏହାପରେ ଷ୍ଟାପ୍‌ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।କିଛିସମୟପାଇଁ ଷ୍ଟାପମାନେ ଭୟଭିତ ହୋଇ ଏଣେତେଣେ ବୁଲିବାକୁ ଲାଗିଥିଲେ ।ମେଣ୍ଢାଶାଳ ଗ୍ରାମର ସାପଧରାଳି ବୁଲୁପାତ୍ରକୁ ସାପଟିକୁ ଧରିବାପାଇଁ ଡକାଯାଇଥିଲା ।

ବୁଲୁ କୋଭିଡ ହସ୍ପିଟାଲରେ ପହଂଚିବାସହ ଷ୍ଟାପବିଶ୍ରାମସ୍ଥଳୀରେ ପହଁଚିବା ସହ ୬ଫୁଟ ଲମ୍ବର ନାଗସାପଟିକୁ ଧରିଥିଲେ ।ଏହାପରେ ସାପଟିକୁ ନିକଟସ୍ଥ ଚନନ୍ଦକା ଜଙ୍ଗଲରେ ଛାଡିଥିଲେ । ଚଳିତମାସରେ ବିଭିର୍ଣ ସ୍ଥାନରେ ଘରେ ପଶିଥିବା ୨୨ଟି ସାପକୁ ପାତ୍ର ଧରି ଚନ୍ଦକାଜଙ୍ଗଲରେ ଛାଡିଥିବାର ଜଣାପଡିଛି ।(ମେଣ୍ଢାଶାଳରୁ ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.