ଟିକା ଆଶା ଦେଖାଇଲେ

0 830

ଖବର ଆଜିର,ତାରିଖ ୨୪/୧୦/୨୦ ଶନିବାର।
୧-ମୁମ୍ବାଇ ସମ୍ମୁଖରେ ଧୋନୀ ବାହିନୀର ଆତ୍ମସମର୍ପଣ, ୧୦ ଓ୍ଵିକେଟ୍‌ରେ ମ୍ୟାଚ୍ ହାରି ପ୍ଲେଅଫ ଦୌଡରୁ ବାଦ୍ ପଡିଲା ଚେନ୍ନାଇ ସୁପର କିଙ୍ଗ୍ସ ।
୨-ଟିକା ଆଶା ଦେଖାଇଲେ :- ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଲେ ସରକାର ।
୩-‘ସ୍ପୁଟନିକ୍‌-ଭି’ରେ ସାମିଲ ହେବେ ୧୦୦ ଭାରତୀୟ ।
୪-ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ, ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା ୭ ଲକ୍ଷ ତଳେ ରହିଛି ।
୫-ଦୀର୍ଘ ୩୫ ବର୍ଷ ପରେ ଭାରତକୁ ମିଲିଲା ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ।
୬-ଫୋବର୍ସ ୱାଲର୍ଡ ସର୍ବୋତ୍ତମ ନିଯୁକ୍ତିଦାତା-୨୦୨୦ ସୂଚୀ ପ୍ରକାଶିତ, ଭାରତୀୟ ସାର୍ବଜନୀକ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ‘ଏନ୍‍ଟିପିସି।
୭-ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅନୁକମ୍ପା ରାଶି।
୮-ଭାରତୀୟ କ୍ରିକେଟର୍ ତଥା ଦେଶର ପ୍ରଥମ ବିଶ୍ବକପ୍ ବିଜେତା ଅଧିନାୟକ କପିଳ ଦେବଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
୯-ବିହାର ପ୍ରଚାର ଲଢ଼େଇରେ ମୋଦି ବନାମ ରାହୁଲ । ନୀତିଶଙ୍କୁ ପ୍ରଶଂସା, କଂଗ୍ରେସକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ । ରାହୁଲଙ୍କ ଜବାବ,ସେନାଙ୍କୁ ଅପମାନିତ କରିଛନ୍ତି ମୋଦି, ଅନୁପ୍ରେବଶ ନେଇ କହିଛନ୍ତି ମିଛ ।
୧୦-ଓଡ଼ିଶା ହରାଇଲା ୧୧୨ କୋଟିର ରୟାଲ୍‌ଟି : କୋଇଲାରୁ ଅତିରିକ୍ତ ଶୁଳ୍କ ଛାଡ଼ିଦେଲେ, ଲିଜ୍‌ଧାରୀଙ୍କୁ ଦେଲେ ଫାଇଦା ।

୧୧-ରିପବ୍ଲିକ୍ ଟିଭି’ର ୧୦୦୦ ସମ୍ପାଦନା କର୍ମଚାରୀଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଏର କରିଛି ମୁମ୍ବାଇ ପୁଲିସ: ଅର୍ଣ୍ଣବ ଗୋସ୍ବାମୀ।
୧୨-ପାକିସ୍ତାନକୁ ବଡ ଝଟକା, ପୁଣି FATF ଗ୍ରେ ଲିଷ୍ଟରେ ରହିବ- ଆତଙ୍କବାଦ ବିରୋଧରେ ଅଧିକ ପଦକ୍ଷେପ ନେବା ଆବଶ୍ୟକ
୧୩-୨୫ଟି କେନ୍ଦ୍ରରେ ୨୬୦୦୦ ‌ଲୋକଙ୍କ ଶରୀରରେ ତୃତୀୟ ପର‌୍ୟ୍ୟାୟ ‘କୋଭାକ୍ସିନ୍‌’ ପରୀକ୍ଷା କରିବ ‘ଭାରତ ବାୟୋଟେକ୍’।
୧୪-UPSC Prelims Result 2020 : UPSC ପ୍ରିଲିମସ୍ ୨୦୨୦ ପରୀକ୍ଷା ଫଳ ଘୋଷଣା।
୧୫-ପିଆଜ ମୂଲ୍ୟ ହ୍ରାସ ଓ ଉପଲବ୍ଧତା ବଢାଇବାକୁ ସରକାରଙ୍କ ପଦକ୍ଷେପ : ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା ପ୍ରକ୍ରିୟା ତ୍ବରାନ୍ବିତ।
୧୬-ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରୋନା ମହାମାରୀ । ଶେଷ ବିତର୍କରେ ଭାଗ ନେଇ ଟ୍ରମ୍ପ କହିଲେ, କିଛି ସପ୍ତାହ ମଧ୍ୟରେ ଆମେରିକାବାସୀଙ୍କ ମିଳିବ ଟିକା, ସମାଲୋଚନା କଲେ ବାଇଡେନ ।।
୧୭-ଡିସେମ୍ବରରୁ ନୂଆ ସଂସଦ ଭବନ ନିର୍ମାଣ।
୧୮-ମଦୁରାଇଠାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ।
୧୯-ମହେଶ ଭଟ୍ଟଙ୍କୁ ବଲିଉଡ୍‌ର‌ ଡନ୍ କହିଲେ ନିଜ ଭାଣିଜୀ ବୋହୂ ଲୁବୀନା ଲୋଧ୍‌, ଅଭିଯୋଗକୁ ଖଣ୍ଡନ କଲେ ପ୍ରଯୋଜକଙ୍କ ଓକିଲ ।

 

 

 

Leave A Reply

Your email address will not be published.