ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ ମିଟ୍

0 496

ଭୁବନେଶ୍ୱର,୨୯/୧୧- ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ମୁଳଧାରା ସହ ଯୁକ୍ତକରିବା ଏକ ମୁଖ୍ୟ ବିଷୟ । ଅନେକ ସମୟରେ ସେମାନେ ସମାଜଠାରୁ ଦୁରେଇ ଯାଇଥାନ୍ତି । ସମାଜ ସବୁ ସମୟରେ ସାମାଜିକ,ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କୁ ମୁଖ୍ୟ ସମାଜରେ ସାମିଲ କରିବା ନିମନ୍ତେ ପଦକ୍ଷପ ନେବା ଆବଶ୍ୟକ । ଭି୍ନ୍ନକ୍ଷମ ବ୍ୟକ୍ତିମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷରେ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ୍ ମିଟ୍ ର ଆୟୋଜନ ହୋଇଥିଲା । ଏହି ସ୍ପୋର୍ଟସ୍ ମିଟ୍ କୁ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ , ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏସ୍ଏସ୍ଇପିଡି ବିଭାଗର ସେକ୍ରେଟାରୀ ଭାସ୍କର ଜ୍ୟୋତି ଶର୍ମା ଓ ଡାଇରେକ୍ଟର ବ୍ରତାତୀ ହରିଚନ୍ଦନ ଉପସ୍ଥିତ ଥିଲେ ।  ବିଭିର୍ଣ ଜିଲ୍ଲାରୁ ବିଜେତା ହୋଇଆସିଥିବା ୧୫୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ତିନିଚକିଆ ସାଇକେଲ ରେସ୍, ସର୍ଟଫୁଟଥ୍ରୋ, ଚେସ୍,ମ୍ୟୁଜିକ ଚେୟାର, ହ୍ୱିଲ୍ ଚେୟାର ଚେସ୍ , ହିଟ୍ ଥ୍ରୋ ଆଦି ପ୍ରତିଯୋଗୀତାରେ ଭାଗନେଇଥିଲେ । ସମାବର୍ତନ ଉସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟସରକାରଙ୍କର ପ୍ରିନ୍ସପାଲ ସେକ୍ରେଟାରୀ ଅସିତ୍ ତ୍ରିପାଠୀ ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.