ଧର୍ମଘଟରେ ସାମିଲ ହେଲା ଅନମୋଲ ବିସ୍କୁଟସ୍ ୱାର୍କରସ ୟୁନିଅନ

0 371

ଚନ୍ଦକା,୨୬/୧୧(ଏସଏସନିୟୁଜ)ଗୁରୁବାର ଭାରତ ବନ୍ଦ ପରିପ୍ରେକ୍ଷୀରେ ଟି ୟୁ ସି ଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଧର୍ମଘଟ ପ୍ରଦର୍ଶନ କରାଯାଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ-କୃଷକ ମାରଣନିତି ବାତିଲ,୧୪,୩୭୯ ସ୍କୁଲ ଉଛେଦ ବାତିଲ,ନୂତନ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର ଏବଂ ସମସ୍ତ ଠିକା ,ଅସ୍ଥାୟୀ, ପ୍ରବାସୀ,ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ପଞ୍ଜିକରଣ ଓ ଉପଯୁକ୍ତ ସାମାଜିକ ନିରାପତ୍ତା ଦାବିରେ ଦେଶବ୍ୟାପୀ ଶ୍ରମିକ ମାନଙ୍କର ବିକ୍ଷୋଭ ଚାଲିଛି।ସେହିପରି କର୍ପୋରେଟିକରଣ, ତାଲା ବନ୍ଦ ସମୟରେ ଦରମା କାଟ,ଶ୍ରମିକ ଛଟେଇ,୧୨ ଘଣ୍ଟିଆ କାର୍ଯ୍ୟ ଦିବସ ବୃଦ୍ଧି,ବଞ୍ଚିବା ଭଳି ମଜୁରୀ ଓ ଦରଦାମ ନିୟନ୍ତ୍ରଣ ଭଳି ଆଦି ଦାବିରେ ଅନମୋଲ ବିସ୍କୁଟସ୍ ୱାର୍କରସ ୟୁନିଅନ ପକ୍ଷରୁ ଧାରଣା ଦିଆଯାଇଛି।ୟୁନିଅନ ର ଶତାଧିକ ସଦସ୍ୟ କମ୍ପାନୀ ର ମୁଖ୍ୟ ଗେଟ୍ରୁ ବାହାରି ଚନ୍ଦକା ବଜାର ଠାରେ ରାସ୍ତାରୋକ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଥିଲେ।ୟୁନିଅନ ର ସାଧାରଣ ସମ୍ପାଦକ ଅଜିତ କୁମାର ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।(ଚନ୍ଦକାରୁ ଗୌତମ ରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.